spot_img

Latest Posts

ଆଉ ଏକ ବିନାଶ ଆଡକୁ ଗତି କରୁଛି ପୃଥିବୀ ! ଆଗରୁ ଏମିତି ଏକ ବିନାଶରେ ବିଲୁପ୍ତ ହୋଇଥିଲା ଡାଇନୋସର

ପୃଥିବୀ ଇତିହାସରେ ଏମିତି ଅନେକ ଉଦାହରଣ ଦେଖିବାକୁ ମିଳେ ଯୋଉଁଠି ଅନେକ ପ୍ରଜାତି ଜଳବାୟୁ କାରଣରୁ ବିଲୁପ୍ତ ହୋଇଯାଇଛନ୍ତି । ସେମଧ୍ୟରୁ ଡାଇନେସର ପ୍ରଜାତି ଅନ୍ୟତମ । ଇତିହାସରେ ପୃଥିବର ଜଳବାୟୁରେ ଏମିତି କିଛି ପରିବର୍ତ୍ତନ ଆସିଥିଲା ଯେଉଁ କାରଣରୁ ଏହି ପ୍ରଜାତି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା ।  ଆଉ ଏମିତି ହେବର କାରଣ ହେଉଛି ବାୟୁମଣ୍ଡଳରେ କାର୍ବନ ଡାଇଅକ୍ସାଇଡର ପରିମାଣ ବୃଦ୍ଧି ହେବା ସହ ବିଶ୍ୱ ତାପମାତ୍ରା ବୃଦ୍ଧି । ଯେଉଁଥିପାଇଁ ପୃଥିବୀର ଅଧିକାଂଶ ପ୍ରଜାତି ନଷ୍ଟ ହୋଇଯାଇଛନ୍ତି । ପ୍ରାଚୀନ କାଳରେ, ଏହି ଘଟଣାଗୁଡ଼ିକ ଆଗ୍ନେୟଗିରି ଉଦ୍ଗୀରଣ କିମ୍ବା ଆଷ୍ଟ୍ରୋଏଡ୍ କାରଣରୁ ହୋଇଛି । ପୃଥିବୀ ଏବେ ପୁଣି ସାମୂହିକ ବିନାଶ ଆଡ଼କୁ ଅଗ୍ରସର ହେଉଛି ଆଉ ଏଥିପାଇଁ କେବଳ ମାନବ ଜୀବନ ଦାୟୀ ।

ଅଷ୍ଟ୍ରେଲିୟା ନ୍ୟାସନାଲ୍ ୟୁନିଭରସିଟିର ପୃଥିବୀ ଏବଂ ଜୀବାଶ୍ମ  ବୈଜ୍ଞାନିକ ଡଃ ଆଣ୍ଡ୍ରିୟୁ ବାୟୀ ଗ୍ଲିକ୍ସନ, ଆଷ୍ଟ୍ରୋଏଡର ପ୍ରଭାବ ଓ ଆଗ୍ନେୟଗିରି ଉଦ୍ଗୀରଣରେ ଜଳବାୟୁ ପରିବର୍ତ୍ତନ ଏବଂ ଅନେକ ପ୍ରଜାତିମାନଙ୍କ ବିଲୁପ୍ତ ହେବାର କାରଣ ଉପରେ ଅନୁସନ୍ଧାନ କରିଥିଲେ । ଏହି ଅନୁସନ୍ଧାନରୁ ଜଣାପଡିଛି ଯେ କାର୍ବନ ଡାଇଅକ୍ସାଇଡ୍ ନିର୍ଗତ ହେବାର ବର୍ତ୍ତମାନର ଅଭିବୃଦ୍ଧି ହାର ସେହି ସମୟ ତୁଳନାରେ ବହୁତ ଅଧିକ ଥିଲା ଯାହା ଦ୍ୱାରା ସମୂହ ବିନାଶର ୨ଟି ଘଟଣା ଘଟି ଥିଲା । ଏଥିରେ ଡାଇନୋସରର ବିନାଶ ମଧ୍ୟ ଅନ୍ତର୍ଭୁକ୍ତ ।

ଅନେକ ପ୍ରଜାତି ଧୀରେ ଧୀରେ ପରିବେଶରେ ଘଟୁଥିବା ପରିବର୍ତ୍ତନଗୁଡ଼ିକ ସହିତ ନିଜକୁ ଖାପ ଖୁଆଇଥାନ୍ତି | କିନ୍ତୁ ପୃଥିବୀର ଇତିହାସ ଦର୍ଶାଏ ଯେ ଯଦି ଜଳବାୟୁରେ ଏକ ବଡ଼ ପରିବର୍ତ୍ତନ ଆସେ, ତେବେ ଅନେକ ପ୍ରଜାତି ବିଲୁପ୍ତ ହୋଇପାରନ୍ତି  । ଉଦାହରଣ ସ୍ୱରୂପ, ପ୍ରାୟ ସାଢେ ୬ କୋଟି ବର୍ଷ ପୂର୍ବେ ପୃଥିବୀ ସହ ଏକ ଆଷ୍ଟ୍ରୋଏଡ୍ ଧକ୍କା । ଏହି କାରଣରୁ ପ୍ରାୟ ୧୦ହଜାର ବର୍ଷ ଧରି ବହୁ ପରିମାଣର କାର୍ବନ ଡାଇଅକ୍ସାଇଡ୍ ବାୟୁମଣ୍ଡଳରେ ଉପସ୍ଥିତ ରହିଥିଲା । ଯାହା ବିଶ୍ୱର ତାପମାତ୍ରା ବଢାଇଥିଲା, ସମୁଦ୍ରର ସ୍ତର ମଧ୍ୟ ବୃଦ୍ଧି ପାଇଥିଲା ଏବଂ ସମୁଦ୍ର ଅମ୍ଳୀୟ ହୋଇଯାଇଥିଲା । ଆଉ ଏହି ସମୟରେ ଡାଇନେସର ସମେତ ପ୍ରାୟ ୮୦ ପ୍ରତିଶତ ପ୍ରଜାତି ମୂଳୁପୋଛ ହୋଇଯାଇଥିଲେ ।

ପ୍ରାୟ ସାଢେ ୫କୋଟି ବର୍ଷ ପୂର୍ବେ ବିଶ୍ୱ ତାପମାତ୍ରା ପୁଣି ବୃଦ୍ଧି ପାଇଥିଲା । ଏକ ବଡ଼ ଆଗ୍ନେୟଗିରି ଉଦ୍ଗୀରଣରେ ସମୁଦ୍ରର ତଳ ଭାଗରୁ ମିଥେନ ଗ୍ୟାସ୍ ନିର୍ଗତ ହୋଇଥିଲା ଯାହା ସମୁଦ୍ରକୁ ଅଧିକ ଅମ୍ଳୀୟ କରିଥିଲା ଏଥିରେ ମଧ୍ୟ ଅନେକ ପ୍ରଜାତିର ମୃତ୍ୟୁ ହୋଇଥିଲା ।

କାର୍ବନ ଡାଇଅକ୍ସାଇଡ୍ ପ୍ରତିବର୍ଷ ହାରରେ ବାୟୁମଣ୍ଡଳରେ ପ୍ରବେଶ କରୁଛି । ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ଯେ ପୃଥିବୀର ଇତିହାସର ବର୍ତ୍ତମାନର କାର୍ବନ ନିର୍ଗମନ ଚରମରେ ପହଞ୍ଚିଛି । ଅନୁସନ୍ଧାନରୁ ଜଣାପଡିଛି ଯେ ଆଷ୍ଟ୍ରୋଏଡ ପୂର୍ବ ପ୍ରଭାବ ଅପେକ୍ଷା ବାର୍ଷିକ କାର୍ବନ ଡାଇଅକ୍ସାଇଡ୍ ନିର୍ଗମନ ବହୁତ ଅଧିକ ହୋଇଯାଇଛି । ବାୟୁମଣ୍ଡଳରେ ବର୍ତ୍ତମାନ ଯେତେ ପରିମାଣରେ କାର୍ବନ ଡାଇଅକ୍ସାଇଡର ନିର୍ଗମନ ହେଉଛି ସେତେ ସାଢେ ୫ କୋଟି କିମ୍ବା ,ସାଢେ ୬ କୋଟି ବର୍ଷ ପୂର୍ବେ ନଥିଲା ।

କିନ୍ତୁ କାର୍ବନ ଡାଇଅକ୍ସାଇଡର ଏତେ ପରିମାଣରେ ଉପସ୍ଥିତି ଅର୍ଥ ହେଉଛି ବିଶ୍ୱରେ ହେଉଥିବା ଜଳବାୟୁ ପରିବର୍ତ୍ତନ । ଯାହା ଅନେକ ଉଦ୍ଭିଦ ଏବଂ ପ୍ରାଣୀ ପ୍ରଜାତିର ଆବିର୍ଭାବ ତୁଳନାରେ ଅତି ଶୀଘ୍ର ହେଉଛି ।

ମିଳିତ ଜାତିସଂଘ ଦ୍ୱାରା ଗତ ବର୍ଷ ପ୍ରକାଶିତ ଏକ ରିପୋର୍ଟରେ ପ୍ରାୟ ଏକ ଲକ୍ଷ ପ୍ରାଣୀ ଏବଂ ଉଦ୍ଭିଦ ପ୍ରଜାତିର ବିଲୁପ୍ତ ହେବାର ଚେତାବନୀ ଦିଆଯାଇଛି । ରିପୋର୍ଟରେ ଦର୍ଶାଯାଇଛି ଯେ ଜଳବାୟୁ ପରିବର୍ତ୍ତନ ଦ୍ୱାରା ୪୭ ପ୍ରତିଶତ ସ୍ତନ୍ୟପାୟୀ ପ୍ରାଣୀ ଏବଂ ୨୫ ପ୍ରତିଶତ ପକ୍ଷୀ ଗୁରୁତର ଭାବରେ ପ୍ରଭାବିତ ହୋଇପାରନ୍ତି । ଅନେକ ଗବେଷକ ଭୟ କରନ୍ତି ଯେ ଜଳବାୟୁ ପ୍ରଣାଳୀ ଏପରି ଏକ ସ୍ଥାନକୁ ଆସୁଛି ଯେଉଁଠାରେ ଏକ ନିର୍ଦ୍ଧିଷ୍ଠ ସୀମାଠାରୁ ଏତେ ଶୀଘ୍ର ପରିବର୍ତ୍ତନ ହେବ ଯାହାକୁ ବଦଳାଯାଇ ନପାରେ । ଆଉ ଏହି ପରିବର୍ତ୍ତନଗୁଡିକ ବିନାଶକାରୀ ପ୍ରଭାବ ସୃଷ୍ଟି କରିବ । ଏହାର ଅନେକ ଉଦାହରଣ ପୂର୍ବରୁ ଦୃଶ୍ୟମାନ ହୋଇଛି, ଯେମିତି କି ଆର୍କଟିକର ତାପମାତ୍ରା ବୃଦ୍ଧି ହେତୁ ବହୁ ପରିମାଣର ବରଫର ତରଳିବା ।

୨୦୧୬ରେ କରାଯାଇଥିବା ଏକ ଅନୁସନ୍ଧାନରୁ ଏହା ଦର୍ଶାଯାଇଛି ଯେ ଏହା ମଣିଷକୁ କେତେ ଗଭୀର ଭାବରେ ପ୍ରଭାବିତ କରୁଛି । ଅନୁସନ୍ଧାନରୁ ଜଣାପଡିଛି ଯେ ପୃଥିବୀ, ପ୍ରାୟ ୨୦ହଜାର ବର୍ଷରେ ସ୍ୱଭାବିକ ଭାବେ ପରବର୍ତ୍ତୀ ବରଫ ଯୁଗ ବା ହିମ ଯୁଗରେ ପ୍ରବେଶ କରିଥାନ୍ତା  କିନ୍ତୁ  କାର୍ବନ ଡାଇଅକ୍ସାଇଡର ତାପମାତ୍ରା ବୃଦ୍ଧି ହେତୁ ଏହା ଏବେ ପ୍ରାୟ ୫୦ହଜାର ବର୍ଷ ବିଳମ୍ବ ହେବ। ଏହି ସମୟ ମଧ୍ୟରେ ପୃଥିବୀର ଅଧିକାଂଶ ଅଞ୍ଚଳରେ ବହୁତ ଶକ୍ତିଶାଳୀ ଝଡ଼ତୋଫାନର ପରିସ୍ଥିତି ସୃଷ୍ଟି ହେବ ।

ପୃଥିବୀର ପରବର୍ତ୍ତୀ ସମୂହ ବିନାଶକୁ ଏଡାଯାଇପାରିବ । କାର୍ବନ ଡାଇଅକ୍ସାଇଡ୍ ନିର୍ଗମନ ଆଶ୍ଚର୍ଯ୍ୟଜନକ ଭାବରେ ହ୍ରାସ ହେଲେ ଏହା ଘଟିପାରେ ଏବଂ ବାୟୁମଣ୍ଡଳରୁ କାର୍ବନ ଡାଇଅକ୍ସାଇଡ୍ ବାହାର କରିବା ପାଇଁ ଆମେ ଟେକ୍ନୋଲୋଜି ବ୍ୟବହାର କରିବା ଆବଶ୍ୟକ । କିନ୍ତୁ ବର୍ତ୍ତମାନ ପରିସ୍ଥିତିକୁ ଦେଖିବା ତାହାଲେ, ମନୁଷ୍ୟର କାର୍ଯ୍ୟକଳାପ ପୃଥିବୀର ଏକ ବଡ଼ ଧରଣର ବିନାଶର ଅନୁମାନ ଲଗାଯାଇପାରିବ ।

Latest Posts

Don't Miss