ଆଜି ପୂର୍ବାଞ୍ଚଳ ଜୋନାଲ ପରିଷଦ ବୈଠକ, ନ୍ୟାର୍ଯ୍ୟ ଦାବି ଉଠାଇବ ଓଡ଼ିଶା

କୋଲକାତା: ଆଜି କୋଲକାତାରେ ବସିବ ପୂର୍ବାଞ୍ଚଳ ଜୋନାଲ ପରିଷଦ ବୈଠକ । ଏଥିରେ ଯୋଗଦେଇ ଓଡ଼ିଶା ଉଠାଇବ ତାର ନ୍ୟାର୍ଯ୍ୟ ଦାବି । ବୈଠକରେ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ଯୋଗଦେବେ ।

କୋଇଲା ରୟାଲଟି, ଧାନମଣ୍ଡି, ଚାଉଳ ଉଠାଣ, କେନ୍ଦ୍ରୀୟ ଅନୁଦାନ, ରେଳ ପ୍ରକଳ୍ପ, ଟେଲି ଯୋଗାଯୋଗ, ନକ୍ସଲ ସମସ୍ୟା, ସୀମା ବିବାଦ ଆଦି ପ୍ରସଙ୍ଗ ଉଠାଇବ ଓଡ଼ିଶା । ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ଓ ରାଜ୍ୟ ସହଭାଗିତାରେ କିପରି ବିକାଶମୂଳକ କାର୍ଯ୍ୟ ହେବ, ତା’ ଉପରେ ରାଜ୍ୟ ସବୁବେଳେ ଗୁରୁତ୍ବ ଦେଉଛି ।

ହେଲେ ଓଡ଼ିଶା ପ୍ରତି କେନ୍ଦ୍ର ସରକାର ଅବହେଳା କରିଚାଲିଛନ୍ତି । ବାରମ୍ବାର ଦାବି ସତ୍ତ୍ବେ କେନ୍ଦ୍ର କୋଇଲା ରୟାଲଟି ବଢାଉ ନାହିଁ । ବକେୟା ଅନୁଦାନଠାରୁ ଆରମ୍ଭ କରି ରାଜ୍ୟର ହକ୍ ପାଇଁ ଆଜି ରାଜ୍ୟ ଦାବି ଉଠାଇବ ।