spot_img

Latest Posts

କଟକ ବଡ଼ ଡାକ୍ତରଖାନାରେ ମିଳିବ ଏକମୋ ଚିକିତ୍ସା, ୨୭ରେ ହେବ ଶୁଭାରମ୍ଭ

କଟକ: ସ୍ୱାସ୍ଥ୍ୟ ବିଭାଗ ଇତିହାସରେ ଯୋଡ଼ି ହେବ ନୂଆ ଅଧ୍ୟାୟ । ଏଣିକି କଟକ ବଡ଼ ଡାକ୍ତରଖାନାରେ ମିଳିବ ବ୍ୟୟବହୁଳ ଏକମୋ ଚିକିତ୍ସା। ଆସନ୍ତା ୨୭ ତାରିଖରେ ଏସସିବିରେ ଏକମୋ ୟୁନିଟର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସୂଚନା ଅନୁଯାୟୀ, ଏଥିଲାଗି ୯ଟି ଏକମୋ ମେସିନ ପ୍ରସ୍ତୁତ ହୋଇ ରହିଛି। ସେଥିରୁ ୬ଟି ମେସିନ୍ କରୋନାରୁ ସୁସ୍ଥ ହେବା ପରେ ଗୁରୁତର ହେଉଥିବା ରୋଗୀଙ୍କ ପାଇଁ ଓ ଅନ୍ୟ ୩ଟି ସଂକ୍ରମିତଙ୍କ ପାଇଁ ବ୍ୟବହାର କରାଯିବ। ପୂର୍ବରୁ ଏକମୋ ଚିକିତ୍ସା ଲାଗି ଲୋକମାନଙ୍କୁ ରାଜ୍ୟ ବାହାରକୁ ଯିବାକୁ ପଡୁଥିଲା । ହେଲେ ଏବେ ଆଉ ଲୋକମାନଙ୍କୁ ଅଯଥା ଖର୍ଚ୍ଚାନ୍ତ ହେବାକୁ ପଡ଼ିବ ନାହିଁ ।

ଅପରପକ୍ଷେ ଏକମୋ ୟୁନିଟ ଶୁଭାରମ୍ଭ ହେବା ପରେ ରାଜ୍ୟବାସୀଙ୍କ ପାଇଁ ଉତ୍ସର୍ଗୀକୃତ କରିବେ ମୁଖ୍ୟମନ୍ତ୍ରୀ। ରାଜ୍ୟବାସୀଙ୍କୁ ଏହି ଚିକିତ୍ସା ମାଗଣାରେ ଦିଆଯିବ। ଏକମୋ ମେସିନ ଏସସିବିରେ ପରୀକ୍ଷାମୂଳକ ଭାବେ କାର୍ଯ୍ୟକ୍ଷମ ହେବା ସହ ଦୁଇଟି ପର୍ଯ୍ୟାୟରେ ୧୯ଜଣ ଡାକ୍ତର ଓ କର୍ମଚାରୀଙ୍କୁ ତାଲିମ ଦିଆଯାଇଥିବା ଜଣାପଡିଛି।

Latest Posts

Don't Miss