spot_img

Latest Posts

ମହାଦେବ ବେଟିଂ ଆପ୍ ମାମଲା, ତମନ୍ନା ଭାଟିଆଙ୍କୁ ଇଡିର ଜେରା

ନନ୍ଦିଘୋଷ ବ୍ୟୁରୋ: ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆଙ୍କ ବଢିଲା ଅଡୁଆ। ମହାଦେବ ବେଟିଂ ଆପରେ IPL ମ୍ୟାଚକୁ ଅବୈଧ ଭାବେ ପ୍ରଚାର ଅଭିଯୋଗରେ ଇଡି ପଚରାଉଚରା କରିଛି। ଗୁଆହାଟି ଅଫିସରେ ବଲିଉଡ ଅଭିନେତ୍ରୀ ତମନ୍ନ ଭାଟିଆଙ୍କୁ ପଚରାଉଚରା କରିଛନ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅଧିକାରୀ। ତଦନ୍ତ ପାଇଁ ଇଡିର ସମନ ପରେ ଅଭିନେତ୍ରୀ ତମନ୍ନ ଭାଟିଆ ତାଙ୍କ ମାଆଙ୍କ ସହ ଇଡି କାର୍ଯ୍ଯାଳୟକୁ ଆସିଥିଲେ। ଗୁଆହାଟିରେ ତମନ୍ନାଙ୍କୁ ପଚରାଉଚରା କରାଯାଇଥିଲା। ଇଡି ଏହି ମାମଲାରେ ବଲିଉଡର ୧୭ ଜଣ ଅଭିନେତ୍ରୀଙ୍କୁ ପଚରାଉଚରା କରିଲାଣି।

ଏହି ମାମଲାରେ ଇଡି କମେଡିଆନ କପିଲ ଶର୍ମାଙ୍କୁ ମଧ୍ୟ ପଚରାଉଚରା କରିଛି। ତମନ୍ନା ଭାଟିଆଙ୍କୁ ଇଡି ଦ୍ଵିତୀୟ ଥର ଲାଗି ପଚରାଉଚରା କରିଛି। ଏହା ପୂର୍ବରୁ ଏପ୍ରିଲ ମାସରେ ତମନ୍ନାଙ୍କୁ ପଚରାଉଚରା କରିଥିଲା ଇଡି। ମହାଦେବର ସହାୟକ କମ୍ପାନୀ ଫେୟରପ୍ଲେ ଆପ୍ ଜରିଆରେ ଆଇପିଏଲ ମ୍ଯାଚର ପ୍ରଚାର କରାଯାଇଥିଲା। ତମନ୍ନାଙ୍କୁ ମହାରାଷ୍ଟ୍ର ସାଇବର ସେଲ୍ ପଚରାଉଚରା କରିଥିଲା। ମହାଦେବ ବେଟିଂ ଆପ ଜରିଆରେ ୧୫ ହଜାର କୋଟି ଟଙ୍କା ହେରଫେର ହୋଇଥିବା ଅଭିଯୋଗ ହୋଇଛି। ମହାଦେବ ଆପ ମାଲିକ ସୌରଭ ଚନ୍ଦ୍ରାକରଙ୍କୁ ୬ ଦିନ ପର୍ବରୁ ଦୁବାଇରୁ ଗିରଫ କରାଯାଇଥିଲା।

Latest Posts

Don't Miss