spot_img

Latest Posts

ଆସନ୍ତା ମାର୍ଚ୍ଚ ୨୮ ତାରିଖ ଯାଏ କେଜ୍ରିୱାଲଙ୍କୁ ଜେରା କରିବ ଇଡି

ନୂଆଦିଲ୍ଲୀ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହେପାଜତରେ ଦିଲ୍ଲୀ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଆସନ୍ତା ମାର୍ଚ୍ଚ ୨୮ ତାରିଖ ଯାଏ ଜେରା କରିବ ଇଡି।  ସେହିଦିନ ଅପରାହ୍ଣ ୨ଟାରେ କୋର୍ଟରେ କେଜ୍ରିୱାଲଙ୍କୁ ଇଡି ହାଜର କରିବ। ଗତକାଲି ତାଙ୍କୁ ଦିଲ୍ଲୀ ରାଉସ ଆଭେନ୍ଯୁ କୋର୍ଟରେ ହାଜର କରାଯିବା ପରେ ୬ଦିନିଆ ହେପାଜତକୁ ଯିବା ଲାଗି ଅନୁମତି ଦେଇଥିଲେ କୋର୍ଟ। ଗତକାଲି କୋର୍ଟରେ କେଜ୍ରିୱାଲ କହିଥିଲେ ତାଙ୍କ ଜୀବନ ଦେଶ ଲାଗି ଉତ୍ସର୍ଗୀକୃତ। ଜେଲରେ ରହି ସୁଦ୍ଧା ଦେଶ ପାଇଁ କାମ କରିବେ। କୋର୍ଟରେ ଇଡି କହିଥିଲା- ମଦନୀତି ମାମଲାରେ କେଜ୍ରିୱାଲ କିଙ୍ଗପିନ ଓ ମୁଖ୍ୟ ଷଡ଼ଯନ୍ତ୍ରକାରୀ।

ମଦଦୁର୍ନୀତି ପରିମାଣ ୧୦୦ କୋଟି ନୁହଁ। ବରଂ ୬୦୦ କୋଟି। ଏହି ଟଙ୍କା ପଞ୍ଜାବ ଓ ଗୋଆ ନିର୍ବାଚନରେ ବ୍ୟୟ ହୋଇଥିଲା । ଏହି ଘଟଣାରେ ପୂର୍ବରୁ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ  ଓ ରାଜ୍ଯସଭା ସାଂସଦ ସଞ୍ଜୟ ସିଂଙ୍କୁ ଗିରଫ କରାଯାଇଥିଲା। କେଜ୍ରିୱାଲଙ୍କ ଗିରଫଦାରୀ ପ୍ରତିବାଦରେ ଦିଲ୍ଲୀ, ପଞ୍ଜାବ ଓ ଗୋଆ ସମେତ ଅନ୍ଯାନ୍ଯ ସ୍ଥାନରେ ଜୋରଦାର ପ୍ରତିବାଦ କରିଥିଲେ ଆପ୍ କର୍ମୀ । ବିଭିନ୍ନ ସ୍ଥାନରେ ପୋଲିସ ସହ ଧସ୍ତାଧସ୍ତି ହୋଇଥିବାବେଳେ ଆନ୍ଦୋଳନକାରୀଙ୍କ ଉପରକୁ ପାଣିମାଡ଼ କରିଥିଲା ପୋଲିସ। ତେଣେ ଦିଲ୍ଲୀ ଆଲିପୁର ଥାନାରେ ଆପ କର୍ମୀଙ୍କୁ ବି ଅଟକ ରଖିଥିଲା ପୋଲିସ। ଲୋକସଭା ନିର୍ବାଚନ ପୂର୍ବରୁ କେଜ୍ରିୱାଲଙ୍କ ଗିରଫ ଆପ୍ ମହଲରେ ସୃଷ୍ଟି କରିଛି ଝଡ଼। ନିକଟ ଇତିହାସ କହୁଛି ମନୀଷ ସିସୋଦିଆ ଓ ସଞ୍ଜୟ ସିଂଙ୍କ ପରି କେଜ୍ରିୱାଲଙ୍କୁ ମିଳି ନ ନପାରେ ଜାମିନ।

Latest Posts

Don't Miss