ଆଳୁ ପିଆଜ ପରେ ମହଙ୍ଗା ହେଲା ଖାଇବା ତେଲ ଦର, ବଢ଼ିଲା ଏତିକି ଟଙ୍କା

1 min read

ନୂଆଦିଲ୍ଲୀ: ବଜାରରେ ନୂଆ ଆଳୁ ଆସିବା ପରେ ଏହାର ଦରଦାମ ଉପରେ ଟିକିଏ ଆଶ୍ୱସ୍ତି ମିଳିଛି । ବିଗତ ପାଞ୍ଚଦିନ ହେବ ଆଳୁ ଦାମ କିଲୋ ପ୍ରତି ୪୦ ଟଙ୍କା ତଳକୁ ରହୁଛି । ସେହିପରି ପିଆଜ ଦାମ ମଧ୍ୟ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି । ଗୋଟେପଟେ ଆଳୁ ପିଆଜ ଦାମ ହ୍ରାସ ପାଇଥିବାବେଳେ ତେଲ ଦରରେ ବୃଦ୍ଧି ମଧ୍ୟବିତ୍ତଙ୍କ ଚିନ୍ତା ବଢ଼ାଇଛି । ଖାଦ୍ୟ ପ୍ରସ୍ତୁତିରେ ବ୍ୟବହୃତ ତେଲ ଯଥା ବଦାମ ତେଲ, ଶୋରିଷ ତେଲ, ବନସ୍ପତି ତେଲ, ସୋୟାବିନ, ସୁର୍ଯ୍ୟମୂଖୀ ଏବଂ ତୀଳ ତେଲର ଦାମ ବୃଦ୍ଧି ପାଇଛି । ଖାଇବା ତେଲର ଦର ବୃଦ୍ଧିକୁ ନେଇ ସରକାର ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି । ଏଥିପାଇଁ ଦରଦାମ ହ୍ରାସ କରିବା ପାଇଁ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି ।

୫ ଦିନରେ ଏତିକି ବୃଦ୍ଧି ପାଇଛି ତେଲ ଦର

ଉପଭୋକ୍ତା ମନ୍ତ୍ରଣାଳୟର ୱେବସାଇଟରେ ଦିଆଯାଇଥିବା ସୂଚନା ମୁତାବକ ଡିସେମ୍ବର ୬ ତାରିଖ ପରେ ଖୁଚୁରା ବଜାରରେ ଅଧିକାଂଶ ଖାଇବା ତେଲର ଦାମ ବୃଦ୍ଧି ପାଇଛି ।  ପାମ ତେଲ ୧୦୦ ଟଙ୍କାରୁ ବୃଦ୍ଧି ପାଇ ୧୦୯ ଟଙ୍କା ହୋଇଛି । ସୂର୍ଯ୍ୟମୂଖୀ ତେଲ ୧୨୩ ଟଙ୍କାରୁ ବୃଦ୍ଧି ପାଇ ୧୨୭ ଟଙ୍କା ହୋଇଛି ଏବଂ ଶୋରିଷ ତେଲର ଦାମ ୧୩୩ ଟଙ୍କାରୁ ବୃଦ୍ଧି ପାଇ ଲିଟର ପିଛା ୧୩୭ଟଙ୍କାରେ ପହଞ୍ଚିଛି । ସେହିପରି ବାଦାମ ତେଲ ଦାମ ଦେଢ଼ଗୁଣ ହ୍ରାସ ପାଇଛି ।

କମିଲା ଆଲୁ- ପିଆଜ ଦାମ

ବିଗତ ପାଞ୍ଚ ଦିନ ହେବ ଆଳୁ ପିଆଜ ଦାମ ୪୨.୮୮ ଟଙ୍କା ଥିଲା ଯାହା ଏବେ ହ୍ରାସ ପାଇ ୩୬.୬୨ ଟଙ୍କା ହୋଇଛି । ସେହିପରି ପିଆଜ ଦର ୫୦ ଟଙ୍କାରୁ ୪୪ଟଙ୍କାକୁ ହ୍ରାସ ପାଇଛି । ଟମାଟୋ ଦର ୬ ଗୁଣ ବୃଦ୍ଧି ପାଇଛି ।

Leave a Reply