ଭାରତରେ ପହଁଚିଲେ ୮ ଆଫ୍ରିକୀୟ ଚିତା

1 min read

ନୂଆଦିଲ୍ଲୀ: ଭାରତ ପହଁଚିଛନ୍ତି ୮ ଆଫ୍ରିକୀୟ ଚିତା । ସ୍ୱତନ୍ତ୍ର ବିମାନରେ ନାମିବ୍ୟାରୁ ଆସିଛନ୍ତି ଚିତାବାଘ । ଏକ ମଡିଫାଏଡ ପାସେଞ୍ଜର B-747 ଜୁମ୍ବୋ ଜେଟରେ ନାମିବ୍ୟା ରାଜଧାନୀ ଓ୍ୱିଣ୍ଡହୋକରୁ ଚିତାଙ୍କୁ ଆଣି ମଧ୍ୟପ୍ରଦେଶର ଗ୍ୱାଲିୟରରେ ଲ୍ୟାଣ୍ଡ କରିଛି   । ହୋସିୟା ଆନ୍ତର୍ଜାତିକ ବିମାନ ବନ୍ଦରରୁ ଗତକାଲି ରାତିରେ ବିମାନଟି ବାହାରିଛି । ଚିତାଙ୍କ ତାପମାତ୍ରା ସହ୍ୟ କ୍ଷମତାକୁ ବିଚାରକୁ ନେଇ ସେମାନଙ୍କୁ ରାତିରେ ହିଁ ଅଣାଯାଉଛି ।

ଆସୁଥିବା ଚିତାଙ୍କର ମଧ୍ୟରେ ୫ଟି ମାଇ ଓ ୩ଟି ଅଣ୍ଡିରା ବାଘ ଥିବା ବେଳେ ସେମାନଙ୍କର ବୟସ ରହିଛି 4ରୁ ସାଢେ 5 ବର୍ଷ । ପ୍ରତି ଚିତାଙ୍କ ଦେହରେ ଗୋଟିଏ ଗୋଟିଏ ସାଟେଲାଇଟ କୋଲାର ଖଞ୍ଜାଯାଇଛି । 8ଟି ଚିତା ମଧ୍ୟରୁ ଦୁଇ ଜଣ ଅଛନ୍ତି ଭାଇ । ଆଜି ସ୍ବତନ୍ତ୍ର ବିମାନଟି ଜୟପୁରରେ ଲ୍ୟାଣ୍ଡିଂ ପରେ ହେଲିକପ୍ଟରରେ ବାଘମାନଙ୍କୁ ଜବଲପୁର ନିଆଯିବ । ପରେ ସେଓପୁର ଜିଲ୍ଲାସ୍ଥିତ କୁନୋ ଜାତୀୟ ଉଦ୍ୟାନକୁ ଚିତାଙ୍କୁ ନିଆଯିବ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶ ଗସ୍ତରେ ଯାଇ କୁନୋ ଜାତୀୟ ଉଦ୍ୟାନରେ ଚିତାବାଘଙ୍କୁ ଛାଡ଼ିବେ ।

ଚିତାବାଘ ଆଣିବା ଲାଗି ପ୍ରଥମେ ପ୍ରକ୍ରିୟା ଆରମ୍ଭ ହୋଇଥିଲା 2009ରେ । ନାମିବ୍ୟାର ଚିତା କଞ୍ଜରଭେସନ ଫଣ୍ଡ ବା ସିସିଏଫର ବିଶେଷଜ୍ଞମାନେ ପ୍ରଥମେ ଭାରତକୁ ଏହି ପ୍ରସ୍ତାବ ଦେଇଥିଲେ । ପ୍ରାୟ 12 ବର୍ଷ ମଧ୍ୟରେ ପ୍ରକଳ୍ପର ଅନୁଧ୍ୟାନ ଲାଗି ସିସିଏଫର ମୁଖ୍ୟ ଡକ୍ଟର ଲରି ମାର୍କର ବହୁଥର ଭାରତ ଆସିଥିଲେ । ଗତ 2020 ଜାନୁଆରୀରେ ଚିତା ପ୍ରକଳ୍ପକୁ ଅନୁମୋଦନ କରିଥିଲେ ସୁପ୍ରିମକୋର୍ଟ । ଫଳରେ ଜୁଲାଇ 2020ର ଭାରତ ଓ ନାମିବ୍ୟା ମଧ୍ୟରେ ଏକ ବୁଝାମଣା ଚୁକ୍ତି ହୋଇଥିଲା ।