ବେକାରୀ ସମସ୍ୟାର ବିକଳ ଚିତ୍ର । ହୋମଗାର୍ଡ ପାଇଁ ବି-ଟେକ ଓ ଏମ-ଟେକ ଡିଗ୍ରୀଧାରୀ ପିଲା । ୧୮୭ ପଦବୀ ପାଇଁ ୮ ହଜାରରୁ ଅଧିକ ପରୀକ୍ଷାର୍ଥୀ । ଖୋଲା ଆକାଶ ତଳେ ଦେଉଛନ୍ତି ପରୀକ୍ଷା । ଏପରି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ସମ୍ବଲପୁରରେ । ସମ୍ବଲପୁର ସହରର ଜମାଦାର ପାଲି ଏୟାର ଷ୍ଟ୍ରିପ ଫିଲ୍ଡରେ ଆୟୋଜିତ ହୋମଗାର୍ଡ ପରୀକ୍ଷାରେ ନିଯୁକ୍ତି ଆଶାୟୀ ଖୋଲା ଆକାଶ ତଳେ ପରୀକ୍ଷା ଦେଇଛନ୍ତି । ମାତ୍ର ୧୮୭ଟି ପଦ ପାଇଁ ଆସିଥିଲେ ୮ ହଜାର ପରୀକ୍ଷାର୍ଥୀ । ଏମାନେ ସମସ୍ତେ ହୋମଗାର୍ଡ ପାଇଁ ଶୀତ କାକରରେ ଖୋଲା ଆକାଶ ତଳେ ବସି ପରୀକ୍ଷା ଦେଇଛନ୍ତି । ଏବେ ଏବି ପ୍ରସଙ୍ଗ ସହରରେ ବେଶ ଚର୍ଚ୍ଚା ସୃଷ୍ଟି କରିଛି ।

