ମିଛ ମାୟାଜାଲ ବୁଣି ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି ଅପରାଜିତା ଷଡ଼ଙ୍ଗୀ

1 min read

ଭୁବନେଶ୍ୱର: ମିଛ କହୁଛନ୍ତି ଅପରାଜିତା । ଏନ୍‌ଏମ୍‌ର ପ୍ରସ୍ତାବିତ ବାଇ-ଲ’ ନାଁରେ ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରିବାକୁ ଉଦ୍ୟମ କରୁଛନ୍ତି । ଏକାମ୍ରରେ ଅସନ୍ତୋଷ କୁହୁଳୁଥିବା ବେଳେ ମିଛ କୁହେଳିକା ସୃଷ୍ଟି କରୁଛନ୍ତି ଅପରାଜିତା ଷଡ଼ଙ୍ଗୀ । ଚିଠା ବାଇ-ଲ’ ପ୍ରସ୍ତୁତ କରିବା ପାଇଁ ଅଧିକୃତ କର୍ତ୍ତୃପକ୍ଷ କିଏ ? ଆମ୍‌ସାର୍‌ ଆଇନ୍ ଅନୁସାରେ କୋଲକାତାସ୍ଥିତ ଏଏସ୍ଆଇର ଆଞ୍ଚଳିକ ନିର୍ଦ୍ଦେଶକ ଐତିହ୍ୟ ଚିଠା ବାଇ-ଲ’ ପ୍ରସ୍ତୁତ କରିବା ପାଇଁ ଅଧିକୃତ କର୍ତ୍ତୃପକ୍ଷ । ହେଲେ ସଂସ୍କୃତି ନିର୍ଦ୍ଦେଶକ କହି- ସମ୍ବେଦନଶୀଳ ପ୍ରସଙ୍ଗକୁ ବିବାଦ ଭିତରକୁ ଠେଲି ଦେଇଛନ୍ତି ଅପରାଜିତା ।

Ekamra Kshetra ByeLaw, MP Aparajita Sarangi Misguiding People

ବାଇ-ଲ’ ନାଁରେ ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରିବାକୁ ପ୍ରୟାସ । କାହିଁକି ସିଧା ପ୍ରଶ୍ନର ଉତ୍ତରରେ ଭୂଆଁ ବୁଲାଇବାକୁ ଉଦ୍ୟମ କରୁଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଐତିହ୍ୟ ଚିଠା ବାଇ-ଲ’ ପ୍ରସ୍ତୁତ କରିବା ପାଇଁ ଅଧିକୃତ କର୍ତ୍ତୃପକ୍ଷ କିଏ ? ସିଧା ପ୍ରଶ୍ନର ବଙ୍କା ଉତ୍ତର ଦେଇ, ରାଜ୍ୟବାସୀଙ୍କ ଆଖିରେ ଧୂଳି ଦେବାକୁ ପ୍ରୟାସ କରୁଛନ୍ତି ଅପରାଜିତା । ପ୍ରସ୍ତାବିତ ବାଇ-ଲ’ ପ୍ରସଙ୍ଗରେ ଅପରାଜିତା ଷଡ଼ଙ୍ଗୀଙ୍କ ଉପରେ ବର୍ଷିଛନ୍ତି ବିଜେଡି ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ । ପୂରାତନ କିର୍ତ୍ତୀରାଜି ଓ ଐତିହ୍ୟ ସ୍ଥଳୀ (ଆମସାର ଆଇନ) ୧୯୫୮ର ଧାରା ୨୦ ଉପଧାରା (ଇ) ଅନୁସାରେ କୋଲକାତାସ୍ଥିତ ଏଏସଆଇର ଆଞ୍ଚଳିକ ନିର୍ଦ୍ଦେଶକ ହିଁ ଐତିହ୍ୟ ଚିଠା ବାଇ-ଲ ପ୍ରସ୍ତୁତ କରିବା ପାଇଁ ଅଧିକୃତ କର୍ତ୍ତୃପକ୍ଷ ।

Ekamra Kshetra ByeLaw, MP Aparajita Sarangi Misguiding People

ଅପରାଜିତାଙ୍କ କଟୁ ସମାଲୋଚନା କରିବାକୁ ଯାଇ ମାନସ ମଙ୍ଗରାଜ କହିଛନ୍ତି, ସେ ତାଙ୍କ ପରି ଆଇଏଏସ୍ ଅଧିକାରୀ ହୋଇନଥିଲେ କିମ୍ବା ବିସ୍ତୃତ ଗବେଷଣା କରିନଥିଲେ ମଧ୍ୟ ଯେକୌଣସି ବ୍ୟକ୍ତି ଆମସାର ଆଇନକୁ ପଢିଲେ ମାତ୍ର ୫ ମିନିଟ୍ ମଧ୍ୟରେ ବୁଝିପାରିବେ ଯେ, ଏଏସଆଇ ଆଞ୍ଚଳିକ ନିର୍ଦ୍ଦେଶକ ହିଁ ବାଇ-ଲ’ ପ୍ରସ୍ତୁତ କରିବାକୁ ଅଧିକୃତ କର୍ତ୍ତୃପକ୍ଷ । ତେବେ ତାଙ୍କ ବିବୃତ୍ତିକୁ ଅପରାଜିତା ବିଭ୍ରାନ୍ତିକର କରିବା ନେଇ ସେ ଆଶ୍ଚର୍ଯ୍ୟଚକିତ ହୋଇଛନ୍ତି । ଐତିହ୍ୟ ଚିଠା ବାଇ-ଲ’ ପ୍ରସ୍ତୁତ କରିବା ପାଇଁ ସଂସ୍କୃତି ନିର୍ଦ୍ଦେଶକ ଅଧିକୃତ କର୍ତ୍ତୃପକ୍ଷ ନୁହଁନ୍ତି । କୋଲକାତା ଏଏସଆଇ ଆଞ୍ଚଳିକ ନିର୍ଦ୍ଦେଶକ ଓଡ଼ିଶାର ପୁରାତନ ମନ୍ଦିର ପାଇଁ ଐତିହ୍ୟ ବାଇ-ଲ’ ଚିଠା ପ୍ରସ୍ତାବ ପଠାଇଥିଲେ ।

Ekamra Kshetra ByeLaw, MP Aparajita Sarangi Misguiding People

ସାଂସଦ ଅପରାଜିତା ଷଡ଼ଙ୍ଗୀ ଓଡ଼ିଆ ସଂସ୍କୃତିକୁ ବୁଝନ୍ତିନାହିଁ । ତେଣୁ ଭକ୍ତ, ଭଗବାନ ଓ ସେବାୟତଙ୍କ ମଧ୍ୟରେ ଥିବା ଭାବଗତ ସମ୍ପର୍କ ଓ ଧାର୍ମିକ ପ୍ରସଙ୍ଗର ସମ୍ବେଦନଶୀଳତାକୁ ବୁଝିପାରୁନାହାଁନ୍ତି । ହେଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଓଡ଼ିଆ ହୋଇଥିବାରୁ ପ୍ରସଙ୍ଗର ସମ୍ବେଦନଶୀଳତାକୁ ଅଧିକ ଭଲଭାବେ ବୁଝିଛନ୍ତି ।

Ekamra Kshetra ByeLaw, MP Aparajita Sarangi Misguiding People

ଅନେକ ଦିନ ଧରି ଅପରାଜିତା ପ୍ରଶାସନିକ ଅଧିକାରୀ ଭାବେ କାମ କରିଛନ୍ତି । କିନ୍ତୁ ଆମସାର ଆଇନକୁ ବୋଧହୁଏ ସେ ଠିକ୍ ଭାବେ ପଢିନାହାଁନ୍ତି କିମ୍ବା ଜାଣିଶୁଣି ବିଭ୍ରାନ୍ତ କରୁଛନ୍ତି । ଆମସାର ଆଇନକୁ ସଠିକ ଭାବେ ଅନୁଧ୍ୟାନ କରିବାକୁ ପରାମର୍ଶ ଦେବା ସହ ଅପରାଜିତାଙ୍କୁ ପ୍ରଶ୍ନ କରିଛନ୍ତି ମାନସ ମଙ୍ଗରାଜ । ଆମସାର ଆଇନ୍ ୧୯୫୮ର ଧାରା ୨୦-ଇ ଅନୁସାରେ ଏକାମ୍ର କ୍ଷେତ୍ରକୁ ପ୍ରଭାବିତ କରିବାକୁ ଯାଉଥିବା ଚିଠା ବାଇ-ଲ’ ପ୍ରସ୍ତାବ ଦେବା ପାଇଁ କିଏ ଅଧିକୃତ କର୍ତ୍ତୃପକ୍ଷ ? ସେନେଇ ଅପରାଜିତା ଉତ୍ତର ଦିଅନ୍ତୁ ବୋଲି ବିଜେଡି ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ ପ୍ରଶ୍ନ କରିଛନ୍ତି । ମିଛ କହି ଓଡ଼ିଶାବାସୀଙ୍କୁ ଅପରାଜିତା ବୋକା ବନାଇବାକୁ ଚେଷ୍ଟା ନକରନ୍ତୁ ବୋଲି ସେ କହିଛନ୍ତି ।

Leave a Reply