spot_img

Latest Posts

୧୫ ସୁଦ୍ଧା EKYC ନ କଲେ ନାଁ କଟିବ : ଯୋଗାଣ ମନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ: ଫେବ୍ରୁଆରି ୧୫ ସୁଦ୍ଧା ଯେଉଁମାନେ ରାସନ କାର୍ଡର ଇକେୱାଇସି ନ କରିବେ, ସେମାନଙ୍କ ନାଁ କଟାଯିବ। ଆଉ ଡେଡ ଲାଇନ୍ ବୃଦ୍ଧି କରାଯିବ ନାହିଁ। ପୁଣି ଥରେ ଏଭଳି ଚେତାବନୀ ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ କହିଛନ୍ତି, ୩୭ ଲକ୍ଷ ୮୫ ହଜାର ୪୯୬ ଜଣ ଏ ଯାଏଁ EKYC କରି ନାହାନ୍ତି। ଆଉ ଦୁଇ ଚାରି ଦିନରେ କରିବେ ବୋଲି ଆଶା। ନ ହେଲେ ବାଧ୍ୟ  ହୋଇ ନାଁ କାଟିବୁ। ନୂଆ ଆବେଦନକାରୀଙ୍କ ପାଇଁ ପୋର୍ଟାଲ କରାଯିବ। ରାସନ କାର୍ଡ ଫେରାଇ ଦେବାକୁ ଅଧିକ ରୋଜଗାରିଆଙ୍କୁ ମନ୍ତ୍ରୀ ଆହ୍ଵାନ ଦେଇଛନ୍ତି। ସେ କହିଛନ୍ତି, ସରକାରୀ ଅଧିକାରୀମାନଙ୍କୁ ସର୍ଭେ କରିବାକୁ କୁହାଯାଇଛି। ଅଧିକ ରୋଜଗାର କରୁଥିବା ଲୋକ ଯଦି କାର୍ଡ ପାଇଛନ୍ତି, ଲିଖିତ ଭାବେ ଜଣାଇବାକୁ କୁହାଯାଇଛି। ଯେଉଁ ହିତାଧିକାରୀଙ୍କ ମୃତ୍ୟୁ ହୋଇ ଯାଇଛି, ଜିଲ୍ଲା ସ୍ତରରେ ସେମାନଙ୍କ ନାଁ କଟା ଯାଉଛି। ଅଧିକ ଆୟ କରୁଥିବା ଲୋକ ଯଦି ସମୟ ସୀମା ଭିତରେ କାର୍ଡ ନ ଫେରାନ୍ତି, ସରକାର କଠୋର ହେବେ ବୋଲି ଚେତାବନୀ ଦେଇଛନ୍ତି କୃଷ୍ଣ ପାତ୍ର।

Latest Posts

Don't Miss