ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ ପ୍ରଚାରରେ ୪୮ ଘଣ୍ଟାର ବ୍ୟାନ୍ ଲଗାଇଲେ ନିର୍ବାଚନ କମିଶନ

ନନ୍ଦିଘୋଷ ବ୍ୟୁରୋ: ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ଲାଗିଛି ବଡ଼ ଝଟକା। ୪୮ ଘଣ୍ଟା ପାଇଁ କରିପାରିବେନି ପ୍ରଚାର । ଏକ କ୍ୟାମ୍ପେନିଂ ରାଲିରେ କଂଗ୍ରେସ ବିରୋଧରେ ଦେଇଥିବା ଆପତ୍ତିଜନକ ମନ୍ତବ୍ୟ ପାଇଁ ତାଙ୍କ ପ୍ରଚାର ଉପରେ ବ୍ୟାନ୍ ଲଗାଇଛନ୍ତି ନିର୍ବାଚନ କମିଶନ । ଆସନ୍ତା ୪୮ ଘଣ୍ଟା ପାଇଁ ସେ ଆଉ ପ୍ରଚାର କରିପାରିବେନି । ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆର ରହିଥିବାବେଳେ ନିକଟରେ ଯାଇଥିବା ସାଧାରଣ ନିର୍ବାଚନରେ ତାଙ୍କ ଦଳ ସଂଖ୍ୟା ଗରିଷ୍ଠତା ହାସଲ କରିପାରିନଥିଲା । ତେଲେଙ୍ଗାନାରେ ବିଆରଏସକୁ ହରାଇ କଂଗ୍ରେସ ସରକାର ଗଠନ କରିଥିବାବେଳେ ରେବନ୍ତ ରେଡ୍ଡି ଏବେ ସେଠାରେ ମୁଖ୍ୟମନ୍ତ୍ରୀ ଅଛନ୍ତି ।