ନନ୍ଦିଘୋଷ ବ୍ୟୁରୋ: ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ କଲେ ନିର୍ବାଚନ କମିଶନ। ରିଟର୍ଣ୍ଣିଂ ଅଫିସର ନିଯୁକ୍ତି ଲାଗି ପ୍ରସ୍ତାବ ମାଗିଲେ ନିର୍ବାଚନ କମିଶନ। ଓଡ଼ିଶା ସମେତ ୧୦ ରାଜ୍ୟର ନିର୍ବାଚନ ଅଧିକାରୀଙ୍କ ନିକଟକୁ ଚିଠି ଲେଖିଲେ ନିର୍ବାଚନ କମିଶନ। ଆସନ୍ତା ଏପ୍ରିଲରେ ଖାଲି ହେଉଛି ୧୦ ରାଜ୍ୟର ୩୭ ଆସନ। ଏପ୍ରିଲ ୨ରେ ସରୁଛି ଓଡ଼ିଶାର ୪ ସାଂସଦଙ୍କ କାର୍ଯ୍ୟକାଳ ।
ଚିଠିରେ ଉଲ୍ଲେଖ ରହିଛି- ବିଭିନ୍ନ ରାଜ୍ୟସଭା ନିର୍ବାଚନ ନିମନ୍ତେ RO, ARO ନିଯୁକ୍ତି ପାଇଁ ପ୍ରସ୍ତାବ, ମତଦାନ ପ୍ଲାନ ଏବଂ ଭୋଟ ବାକ୍ସର ପ୍ରକାରକୁ ପ୍ରସ୍ତୁତ କରିବା ନିମନ୍ତେ । ରାଜ୍ୟ ପରିଷଦରେ, ଏପ୍ରିଲ ମାସରେ ୧୦ଟି ରାଜ୍ୟର ୩୭ଟି ଆସନ ଖାଲି ହେବାକୁ ଯାଉଛି କାରଣ ବର୍ତ୍ତମାନର ସଦସ୍ୟମାନେ ଅବସର ନେଉଛନ୍ତି। ଓଡ଼ିଶାର ତନ୍ ମଧ୍ୟରୁ ଚାରିଟି ଆସନ ଖାଲି ହେବ । ଉପରୋକ୍ତ ଖାଲି ପଦବୀ ପୂରଣ କରିବା ପାଇଁ, ଉପଯୁକ୍ତ ସମୟରେ ସମ୍ପୃକ୍ତ ରାଜ୍ୟରୁ ରାଜ୍ୟ ପରିଷଦ ପାଇଁ ଦ୍ବିବାର୍ଷିକ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି ସେଥିପାଇଁ ସଜବାଜ ହୁଅନ୍ତୁ ବୋଲି କମିଶନ କହିଛନ୍ତି ।
ମହାରାଷ୍ଟ୍ରର ୭, ତାମିଲନାଡୁର ୬, ବିହାରର ୫, ପଶ୍ଚିମବଙ୍ଗର ୫, ଆସାମର ୩, ତେଲଙ୍ଗାନାର ୨, ଛତିଶଗଡ଼ର ୨, ହରିଆଣାର ୨, ହିମାଚଳ ପ୍ରଦେଶର ଗୋଟିଏ ଆସନ ଲାଗି ମଧ୍ୟ ହେବ ନିର୍ବାଚନ।

