ଆସନ୍ତା ମେ’ ୧୩ରେ ରାଜ୍ଯର ୪ଟି ସଂସଦୀୟ କ୍ଷେତ୍ର ଓ ୨୮ଟି ବିଧାନସଭା କ୍ଷେତ୍ରରେ ନିର୍ବାଚନ

1 min read

ଭୁବନେଶ୍ୱର: ଆସନ୍ତା ମେ’ ୧୩ରେ ରାଜ୍ଯର ୪ଟି ସଂସଦୀୟ କ୍ଷେତ୍ର ଓ ୨୮ଟି ବିଧାନସଭା କ୍ଷେତ୍ରରେ ନିର୍ବାଚନ। ଏନେଇ ଆଜିଠାରୁ ମନୋନୟନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଭୋଟ ଦେବେ ୩୧ ଲକ୍ଷ ୮୭ ହଜାର ମହିଳା ଓ ୩୦ ଲକ୍ଷ ୯୬ ହଜାର ପୁରୁଷ ଭୋଟର। ଏନେଇ ସୂଚନା ଦେଇଛନ୍ତି ମୁଖ୍ଯ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ। ସେ କହିଛନ୍ତି- ନିର୍ବାଚନ ଆୟୋଗ ତାରିଖ ଓ ସମୟ ଧାର୍ଯ୍ୟ କରିଛନ୍ତି। ସମସ୍ତ ସୂଚୀ ୱେବସାଇଟରୁ ଡାଉନ ଲୋଡ କରାଯାଇପାରିବ। ରାଜ୍ଯର ବିଭିନ୍ନ ରାଜନୈତିକ ଦଳ ସହ ଆଲୋଚନା ହୋଇଛି। ଆଜିଠୁ ମନୋନୟନ ପ୍ରକ୍ରିୟା ଦାଖଲ ଆରମ୍ଭ ହୋଇଛି। ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ଆସନ୍ତ ୨୫ ତାରିଖ ରହିଛି। ପ୍ରାର୍ଥିପତ୍ର ଯାଞ୍ଚ ୨୬ ଏପ୍ରିଲରେ ହେବ।

୧୩ ମେରେ ଭୋଟିଂ, ଜୁନ ୪ରେ ଭୋଟ ହେବ। ଜୁନ ୬ରେ ନିର୍ବାଚନ ପ୍ରକ୍ରିୟା ଶେଷ ହେବ। କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକସଭା ନିର୍ବାଚନ ମଣ୍ଡଳୀରେ ମହିଳା ଭୋଟର ୩୧ ଲକ୍ଷ ୮୭ ହଜାର ୭୭୧ ଥିବାବେଳେ ପୁରୁଷ ଭୋଟର ସଂଖ୍ଯା ୩୦ ଲକ୍ଷ ୯୬ ହଜାର ୨୪୩ ଅଛନ୍ତି। କିନ୍ନର ଭୋଟର ହେଉଛନ୍ତି ୬୩୫ । ମୋଟ ଭୋଟର ୬୨ ଲକ୍ଷ ୮୪ ହଜାର। ୧୮-୧୯ ବର୍ଷ ବୟର ଭୋଟରଙ୍କ ସଂଖ୍ଯା ୨. ୭ ପ୍ରତିଶତ ଥିବାବେଳେ ୨୦-୨୯ ବର୍ଷ ବୟସ୍କ ଭୋଟରଙ୍କ ସଂଖ୍ଯା ୨୩-୩୪ ପ୍ରତିଶତ। ମୋଟ ପୋଲିଂ ବୁଥ ସଂଖ୍ଯା ୭ ହଜାର ୨୮୯। ଆଦର୍ଶ ଆଚରଣ ସଂହିତା ସମ୍ପର୍କରେ ଲୋକେ ଅଭିଯୋଗ କରିପାରିବେ। ସି- ଭିଜିଲରେ ଲୋକେ ୫୮୭ ଅଭିଯୋଗ ଦାୟର କରାଯାଇଥିାବବେଳେ ସେଥିରୁ ୫୮୨ଟି ଅଭିଯୋଗର ସମାଧାନ ହୋଇପାରିଛି। ରାଜ୍ଯରେ ମୋଟ ଭୋଟରଙ୍କ ସଂଖ୍ୟା ୩ କୋଟି ୩୬ ଲକ୍ଷ।