ସୁନ୍ଦରଗଡରେ ମାତିଛନ୍ତି ହାତୀ, ଏକ ମାସରୁ ଅଧିକ ସମୟ ଖେଳାଇଛନ୍ତି ଆତଙ୍କ

ସୁନ୍ଦରଗଡ: ସଦର ବ୍ଲକ ଅଂଚଳରେ ପୁଣି ହାତୀ ଆତଙ୍କ । ଗାଁ ମୁହାଁ ହେଉଛନ୍ତି ହାତୀ । ୪ ଟିକିଆ ହାତୀପଲ ସୁନ୍ଦରଗଡ ସଦର ଫରେଷ୍ଟ ରେଞ୍ଜର କିଞ୍ଜୀର୍ମା, ମହୁଲଜୋର ଏବଂ ଘଣ୍ଟିବୁଡ ଅଂଚଳରେ ଘର ଭାଙ୍ଗିବା ସହ ଫସଲ ନଷ୍ଟ କରିଛନ୍ତି। ଗତ ଏକ ମାସରୁ ଅଧିକ ହୋଇଯିବ ଏହି ଅଞ୍ଚଳରେ ଆତଙ୍କ ଖେଳାଉଛନ୍ତି ହାତୀ ।

ଦିନ ବେଳା ନିକଟସ୍ଥ ଜଙ୍ଗଲକୁ ଯିବା ସହ ସନ୍ଧ୍ୟା ହେଲେ ଗାଁ ମୁହାଁ ହେଉଛନ୍ତି । ପୂର୍ବରୁ ମହୁଲାଯୋରରେ ସାତଟି ଘର ଭାଙ୍ଗିଥିବା ବେଳେ ଗତ ରାତି ପୁଣି ୪ଟି ଘର ଭାଙ୍ଗିବା ସହ ଧାନ ଚାଉଳ ଖାଇଦେଇଛନ୍ତି । ଜଙ୍ଗଲ ବିଭାଗ ହାତୀ ମାନଙ୍କୁ ଘଉଡାଇବାରେ ବିଫଳ ହୋଇଛି। ଲୋକେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି ।