spot_img

Latest Posts

ଉତ୍ପାତ ମଚାଉଚି ଗୋଠଛଡା ଦନ୍ତା: ଦୁଇ ଶହରୁ ଊର୍ଦ୍ଧ୍ବ ଘର ଭାଙ୍ଗିବା ସହ ଲୋକଙ୍କୁ ମାରିଛି

ଉତ୍ପାତ ମଚାଉଚି ଗୋଡଛଡା ଦନ୍ତା। ବେଶ କିଛିଦିନ ବ୍ୟବଧାନରେ ବଣାଇଁ ବନଖଣ୍ଡର ଦୁଇଟି ରେଞ୍ଜ ବଣାଇଁ ଓ କୋଇଡ଼ାକୁ ଫେରିଲେ ଦୁଇ ନରହନ୍ତା ଗୋଠଛଡା ଦନ୍ତା  । ଉଭୟ ହାତୀ ବନଖଣ୍ଡର ବିଭିନ୍ନ ଅଞ୍ଚଳରେ ଘୁରି ବୁଲି ଅଦ୍ୟାବଧି ଦୁଇଶହରୁ ଉର୍ଦ୍ଧ୍ୱ ଘର ଭାଙ୍ଗିବା ଓ ଆକ୍ରମଣ କରି ଲୋକଙ୍କୁ ମାରିଛି। ଯାହାକୁ ନେଇ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ତୁରନ୍ତ ବନବିଭାଗ ପଦକ୍ଷେପ ନେଇ ହାତୀ ଘଉଡାଇବା ପ୍ରଚେଷ୍ଟା କରୁ ବୋଲି ସାଧାରଣରେ ଦାବୀ ହେଉଛି। ଅନ୍ୟପଟେ ବନବିଭାଗ ପକ୍ଷରୁ ହାତୀ ଦୁଇଟିକୁ ଟ୍ରାଙ୍କୁଲାଇଜ କରି ରେଡିଓକଲାର ଲଗାଯାଇ ଧରିବାକୁ ଚେଷ୍ଟା ଜାରି ରହିଛି।

Latest Posts

Don't Miss