ବିଲରେ ପଡ଼ିରହିଛି ଦନ୍ତାହାତୀର ମୃତଦେହ: କାରଣ ଅସ୍ପଷ୍ଟ

ପୁଣି ହାତୀ ମୃତ୍ୟୁ । ଖୋର୍ଦ୍ଧା ଜିଲା ଟାଙ୍ଗୀ  ବନାଞ୍ଚଳ ଅଧୀନ ରାମେଶ୍ୱର ଅଞ୍ଚଳରେ ହାତୀ ମୃତ୍ୟୁ । ୧୬ ନଂ ଜାତୀୟ ରାଜପଥର ନିକଟ ଏକ ଚାଷ ଜମିରେ ଠାବ ହୋଇଛି ଦନ୍ତା ହାତୀର ମୃତଦେହ । ହାତୀ ମୃତଦେହ ନିକଟରେ ବନ ବିଭାଗର କର୍ମଚାରୀମାନେ  ପହଞ୍ଚି ମୃତଦେହକୁ ଜଗି ରହିଛନ୍ତି । ହାତୀ ମୃତ୍ୟୁର କାରଣ ଜଣାପଡିନାହିଁ ।

ଗତକାଲି ରାତିରେ  ହାତୀ ପଲ ରାମେଶ୍ୱର ନିକଟରେ ଥିବା ବେଳେ ବନ ବିଭାଗ କର୍ମଚାରୀମାନେ ଜଗିରହିଥିଲେ । ତେବେ ହାତୀପଲରୁ ଏକ ଦନ୍ତା ବିଛିନ୍ନ ହୋଇ ବାହାରି ଆସି ମୃତ୍ୟୁ ବରଣ କରିଛି । ଗତ କିଛି ଦିନ ହେଲା ଟାଙ୍ଗୀ ବନାଞ୍ଚଳ ଅନ୍ତର୍ଗତ  ବଡ ପୋଖରିଆ ରାମେଶ୍ୱର .ଭୁଷଣ୍ଡପୁର, ରତାମାଟି, କମାଗୁରୁ, ମଙ୍ଗଳାଯୋଡି ଆଦି ଅଞ୍ଚଳରେ ଏକ ୩୦ ଜଣିଆ ହାତୀ ପଲ ଜଙ୍ଗଲ ଛାଡି ଗାଁ ଗଣ୍ଡାରେ ପଶି ବ୍ୟାପକ ଧନ ଜୀବନ ନଷ୍ଟ କରୁଥିଲେ ।    ଗତ ୩ ଦିନ ତଳେ ବଡ ପୋଖରିଆ ପଞ୍ଚାୟତ ବୋଡଙ୍ଗରା ଗାଁର ଦାଶରଥୀ ମାଝୀ ନାମକ ଚାଷୀର ହାତୀ ଆକ୍ରମଣରେ ମୃତ୍ୟୁ ଘଟିଥିଲା । ଏନେଇ ଲୋକେ ବନ ବିଭାଗ ଉପରେ ଅସନ୍ତୁଷ୍ଟ ଥିବା ବେଳେ  ଆଜି  ହଠାତ୍ ଏକ ଦନ୍ତା ହାତୀ ର ମୃତ୍ୟୁ ଘଟଣା  ସନ୍ଦେହ ସୃଷ୍ଟି କରିଛି । ବ୍ୟବଛେଦ ପରେ ହାତୀର ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ।

Leave a Reply