ପୁଣି ମାତିଲା ହାତୀ

ଢେଙ୍କାନାଳ: ଢେଙ୍କାନାଳରେ ହାତୀ ଆତଙ୍କ ଜାରି ରହିଥିବା ବେଳେ ଏବେ ପୁଣି ଗାଁରେ ପଶି ଆତଙ୍କ ଖେଳାଇଛନ୍ତି ହାତୀ ପଲ । କାମାକ୍ଷାନଗର ବ୍ଲକ ବାଲିଗୋରଡ ପଞ୍ଚାୟତ ମୁଣ୍ଡାସାହିରେ ହାତୀ ପଶି ଆତଙ୍କ ଖେଳାଇଛନ୍ତି ।

Related image

୩୦ଟିକିଆ ହାତୀପଲ ଗାଁରେ ପଶି ଘର ଦ୍ଵାର ଭାଙ୍ଗିବା ସହିତ ଧାନ ଚାଉଳ ଖାଇ ନଷ୍ଟ କରିଦେଇଛନ୍ତି । ରାତି ଅଧରେ ଲୋକେ ଜୀବନ ବଞ୍ଚାଇ ପରିବାର ସହ ନିକଟରେ ଥିବା ଗାଁକୁ ଚାଲିଯାଇଥିଲେ । କିଛି ଦିନ ହେଲା ଗାଁରେ ହାତୀ ଉପଦ୍ରବ ଜାରି ରହିଥିବା ବେଳେ ବନ ବିଭାଗ ପକ୍ଷରୁ କୈାଣସି ପଦକ୍ଷେପ ନିଆଯାଉନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

Leave a Reply