spot_img

Latest Posts

ଆଠଗଡ଼ ଜଙ୍ଗଲରୁ ଚନ୍ଦକା-ଡମପଡା ଅଭୟାରଣ୍ୟ ଫେରିଲେ ହାତୀପଲ

କଟକ: ଆଠଗଡ଼ ସୁକାଶନ ଜଙ୍ଗଲରୁ ଚନ୍ଦକା-ଡମପଡା ଅଭୟାରଣ୍ୟ ଫେରିଲେ ହାତୀପଲ। କିଛି ମାସର ବ୍ୟବଧାନ ପରେ ପୁଣି ବାଙ୍କୀ ଭଗିପୁର ଅଞ୍ଚଳରେ ହାତୀ ଉପଦ୍ରବ କରିବା ସହ ବ୍ୟାପକ ପନିପରିବା ଫସଲ ନଷ୍ଟ କରିଛନ୍ତି। ଗତକାଲି ବିଳମ୍ବିତ ରାତିରେ ଆଠଗଡ଼ ସୁକାଶନ ଜଙ୍ଗଲରୁ ଆସିଛନ୍ତି ହାତୀପଲ। ବାଙ୍କୀ ଭଗିପୁର ନିକଟରେ ମହାନଦୀ ପାର ହୋଇ ଆସିବା ପରେ ପ୍ରଥମେ ଭଗିପୁର ଅଞ୍ଚଳରେ ହୋଇଥିବା ଚାଷ ଜମିରେ ପଶି ଫୁଲ କୋବି, ବାଇଗଣ ଖାଇବା ସହିତ ପନିପରିବା ଦଳି ଚକଟି ଦେଇଥିଲେ।

ସେହିପରି ହାତୀପଲକୁ ନେଇ କିଛି ସମୟ ପାଇଁ କଟକ ବାଙ୍କି ମୁଖ୍ୟ ରାସ୍ତାରେ ଯାତାୟତ ପ୍ରଭାବିତ ହୋଇଥିଲା । ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀପଲଙ୍କୁ ଘଉଡାଇଛି ।

Latest Posts

Don't Miss