ଆସିକା: ଆସିକା ରେଞ୍ଜର ଧରାକୋଟ ଓ ସଡ଼ଙ୍ଗିପଲ୍ଲି ଅଞ୍ଚଳରେ ହାତୀ ଉପଦ୍ରବ। ଦୁଇ ଦିନ ହେଲା ଆତଙ୍କ ଖେଳାଇଛନ୍ତି ୧୨ ଟିକିଆ ହାତୀପଲ। ସନ୍ଧ୍ୟା ହେଲେ ଜଙ୍ଗଲ ନିକଟରେ ଥିବା ଗାଁରେ ପଶି ଫସଲ ନଷ୍ଟ କରିବା ସହ ଘର ଦ୍ଵାର ଭାଙ୍ଗୁଦେଉଛନ୍ତି ଜଙ୍ଗଲି ହାତୀ। ଗୋପାଳପୁର ଗାଁର ନବ ସେଠିଙ୍କ ଘର ଭାଙ୍ଗିବା ସହ ଘରର ଚାଉଳ ବସ୍ତା ଖାଇ ନଷ୍ଟ କରିଦେଇଥିଲେ। ଅପରପଟେ ସନ୍ଧ୍ୟା ହେଲେ ଗାଁରେ ବିଦ୍ୟୁତ କଟା ଯାଉଛି। ଆସିକା ରେଞ୍ଜରଙ୍କ ନେତୃତ୍ୱରେ ଆସିକା, ଧରାକୋଟ, ସେରଗଡ଼ ଓ ଷଡ଼ଙ୍ଗୀପଲ୍ଲି ଫରେଷ୍ଟର ଓ ଫରେଷ୍ଟ ଗାର୍ଡଙ୍କୁ ନେଇ ୩ଟି ଦଳ ହାତୀଙ୍କୁ ଘଉଡାଇବା ପାଇଁ ଉଦ୍ଯମ ଜାରି ରଖିଛନ୍ତି। ଲୋକଙ୍କୁ ରାତିରେ ଘରୁ ବାହାରକୁ ନବାହାରିବା ପାଇଁ ସଚେତନ କରାଯାଉଛି।
ଅନ୍ୟପଟେ ଧରାକୋଟ ଷଢଙ୍ଗୀପଲ୍ଲୀ ଗାଁ ନିକଟରେ ହାତୀ ରାସ୍ତା ପାର ହେଉଥିବା ବେଳେ ହାତୀକୁ ଧକ୍କା ଦେଇଥିଲା ମୋଟର ସାଇକେଲ। ଏଥିରେ ଜଣେ ଗୁରୁତର ହୋଇ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଆହତ ଜଣଙ୍କ ହେଲେ ବଡ଼ଗଡ଼ ଗାଙ୍ଗପୁର ଅଞ୍ଚଳର ସନ୍ତୋଷ ବିଷୋୟୀ।

