spot_img

Latest Posts

ଆମେରିକା ପ୍ରଶାସନରେ ବଡ଼ ପରିବର୍ତ୍ତନ, ଡିପାର୍ଟମେଣ୍ଟ ଅଫ ଗଭର୍ଣ୍ଣମେଣ୍ଟ ଏଫିସିଏନ୍ସିରେ ମସ୍କ ନିଯୁକ୍ତ

ୱାଂଶିଟନ: ଆମେରିକା ନିର୍ବାଚନ ଜିତି ସାରିଛନ୍ତି ଡୋନାଲ୍ଡ ଟ୍ରମ୍ପ  । ଏବେ ଏକ୍ସ ମାଲିକ ଏଲନ ମସ୍କଙ୍କୁ ଗୁରୁ ଦାୟିତ୍ବ। ସେହିପରି ବିବେକ ରାମସ୍ବାମୀଙ୍କ ଉପରେ ଭରସା ରଖିଛନ୍ତି ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ। ପ୍ରଶାସନରେ ସ୍ବଚ୍ଛତା ଆଣିବା ଲାଗି ଡିପାର୍ଟମେଣ୍ଟ ଅଫ ଗଭର୍ଣ୍ଣମେଣ୍ଟ ଏଫିସିଏନ୍ସିରେ ମସ୍କ ଓ ରାମସ୍ବାମୀଙ୍କୁ ନିଯୁକ୍ତି ଦେଇଛନ୍ତି ଟ୍ରମ୍ପ। ସରକାରୀ ସ୍ତରରେ ଅମଲାତାନ୍ତ୍ରିକ ନିୟନ୍ତ୍ରଣ, ଅତ୍ୟଧିକ ନିୟାମକ ବ୍ଯବସ୍ଥା ହ୍ରାସ, ଅଯଥା ବ୍ୟୟବରାଦ ରୋକିବା, ସଂଘୀୟ ସଂସ୍ଥାଗୁଡିକୁ ପୁନର୍ଗଠନ କରିବା ଲାଗି ଏହି ନିଯୁକ୍ତି ଦିଆଯାଇଛି। ସେପଟେ ବିଶ୍ବର ସବୁଠାରୁ ଶକ୍ତିଶାଳୀ ଗୁଇନ୍ଦା ସଂସ୍ଥା ସିଆଇଏର ନିର୍ଦ୍ଦେଶକ ଭାବେ ନ୍ଯାସନାଲ ଇଣ୍ଟେଲିଜେନ୍ସର ପୂର୍ବତନ ନିର୍ଦ୍ଦେଶକ ଜନ ରାଟକ୍ଲିଫଙ୍କୁ ନିଯୁକ୍ତି ଦେଇଛନ୍ତି ଟ୍ରମ୍ପ। ଭାରତୀୟ ବଂଶୋଦ୍ଭବ କାଶ୍ଯପ କାସ୍ ପଟେଲ ଏହି ପଦବୀ ପାଇବେ ବୋଲି ଚର୍ଚ୍ଚା ଚାଲିଥିଲା।

ଟ୍ରମ୍ପଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି  । ଉଦ୍ଦ୍ୟୋଗପତି ଏଲନ ମସ୍କ ଓ କନଜରଭେଟିଭ ନେତା ତଥା ବ୍ୟବସାୟୀ ବିବେକ ରାମାସ୍ବାମୀଙ୍କୁ ସରକାରୀ ଦକ୍ଷତା ବିଭାଗର ନେତୃତ୍ବ ନେବା ପାଇଁ ଭିଡିଓରେ କହିଛନ୍ତି ଟ୍ରମ୍ପ  ।ମସ୍କ ଓ ଟ୍ରମ୍ପ ନିର୍ବାଚନ ପ୍ରଚାର ବେଳେ ସରକାରୀ ଖର୍ଚ୍ଚ କମ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ  । ସରକାରୀ ତାନାଶାହୀ ଶେଷ କରିବା ସହ ଅନାବଶ୍ୟକ ଖର୍ଚ୍ଚ କମ କରିବା ପାଇଁ ଏହି ବିଭାଗ ସାହାଯ୍ୟ କରିବ  ।

ଟ୍ରମ୍ପ ସରକାରର ଯେଉଁ ବିଭାଗରେ ମସ୍କ କାମ କରିବେ ତାର ନାମ ଡୋଗ୍‌ ରହିବ । ମସ୍କଙ୍କ ସହ ଜଡିତ ଇଣ୍ଟରନେଟ ମିମ୍‌ ଓ କ୍ରିପ୍ଟୋକରେନ୍ସୀ ସହ ଏହି ନାମ ଜଡିତ  । ନାମ ଘୋଷଣା ପରେ ମସ୍କ ଏକ୍ସରେ ପୋଷ୍ଟ କରିଛନ୍ତି ଯେ ‘‘ଗଣତନ୍ତ୍ରକୁ ଧମକ, ନା ପ୍ରଶାସନିକ ଅଧିକାରୀଙ୍କୁ ଧମକ ।’’ସେହିପରି ରାମାସ୍ବାମୀ ସଙ୍ଘୀୟ ଏଜେନ୍ସୀରୁ ବ଼ଡ ଛଟେଇ ପାଇଁ ଘୋଷଣା କରିସାରିଲେଣି  । ମସ୍କ କହିଛନ୍ତି ସଙ୍ଘୀୟ ବଜେଟରୁ ସେ ୨ ଟ୍ରିଲିଅନ ଡଲାର ଖର୍ଚ୍ଚ କମ କରିବାକୁ ଚାହୁଁଛନ୍ତି  ।

Latest Posts

Don't Miss