ଭାରତରେ ବନ୍ଦ ହେଲା ଟ୍ବିଟର ଅଫିସ, ଜାଣନ୍ତୁ କାହିଁକି

1 min read

ନୂଆଦିଲ୍ଲୀ: ଭାରତରେ ବନ୍ଦ ହେଲା ଟ୍ବିଟର ଅଫିସ । କର୍ମଚାରୀମାନଙ୍କୁ ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନୂଆ ସିଇଓ ଏଲନ ମସ୍କ । ଭାରତରେ ଟୁଇଟରର ତିନି ଅଫିସ ମଧ୍ୟରୁ ଦୁଇଟିକୁ ବନ୍ଦ କରିଦିଆଯାଇଛି ।

ରାଜଧାନୀ ଦିଲ୍ଲୀ ଓ ମୁମ୍ବାଇ ସ୍ଥିତ ଅଫିସକୁ ବନ୍ଦ କରାଯାଇଥିବା ବେଳେ କେବଳ ବେଙ୍ଗାଳୁରୁରେ ଥିବା କାର୍ଯ୍ୟାଳୟ ସଞ୍ଚାଳନ ଜାରି ରହିଛି । ଗତବର୍ଷ ଟୁଇଟର ଭାରତରେ ୯୦ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିଥିଲା । ଏଲନ ମସ୍କ ଟୁଇଟରକୁ କିଣିବା ପରେ କମ୍ପାନୀ ପରିଚାଳନାରେ ଅନେକ ପରିବର୍ତ୍ତନ କରାଯାଇଛି ।

ନିଲାମ ହୋଇଛି ଅଫିସ ସାମଗ୍ରୀ-

ସାନଫ୍ରାନସିସ୍କୋ ମୁଖ୍ୟ କାର୍ଯ୍ୟାଳୟର ଅନେକ ଜିନିଷକୁ  ନିଲାମ କରାଯାଇଛି । ଏଥିରେ ଅଫିସର ସୋଫା, ଚେୟାର, ରୋଷେଇ ଉପକରଣ ଭଳି ୬୩୧ ସାମଗ୍ରୀକୁ ନିଲାମ କରାଯାଇଥିଲା । ହେରିଟେଜ୍ ଗ୍ଲୋବାଲ୍ ପାର୍ଟନର୍ସ ସର୍ଭିସେସ୍ ଅନୁସାରେ ନିଲାମୀ ପ୍ରକ୍ରିୟାରେ ଟ୍ୱିଟର ବାର୍ଡ ଷ୍ଟାଚ୍ୟୁ ୧୦୦,୦୦୦ ଡଲାରରେ ବିକ୍ରି ହୋଇଥିଲା । ୧୦ ଫୁଟ୍ ଉଚ୍ଚ ନିଓନ ଲାଇଟ୍ ୪୦,୦୦୦ ଡଲାରରେ ନିଲାମ ହୋଇଥିଲା ।