ରେଭ ପାର୍ଟିରେ ସାପ ବିଷ ବ୍ଯବହାର ମାମଲା, ୟୁଟ୍ଯୁବର ଏଲଭିସ ଯାଦବଙ୍କୁ ଜାମିନ

1 min read

ଲକ୍ଷ୍ନୌ: ରେଭ ପାର୍ଟିରେ ସାପବିଷ ବ୍ଯବହାର ମାମଲା । ଅଭିଯୁକ୍ତ ୟୁଟ୍ଯୁବର ଏଲଭିସ ଯାଦବଙ୍କୁ ଜାମିନ ପ୍ରଦାନ କଲେ ଉତ୍ତରପ୍ରଦେଶର ଗୌତମବୁଦ୍ଧ ନଗର କୋର୍ଟ । ଗତ ରବିବାର ନୋଏଡା ପୋଲିସ ତାଙ୍କୁ କରିଥିଲା ଗିରଫ । ୫୦ ହଜାର ଲେଖାଏଁ ଟଙ୍କାର ଦୁଇଟି ବେଲ ବଣ୍ଡରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି । ଗିରଫ ପରେ ସାପ ବିଷ ଯୋଗାଉଥିବା ନେଇ ସ୍ବୀକାର କରିଥିଲେ ଏଲଭିସ ।

ଗତବର୍ଷ ସାପ ବିଷ ଯୋଗାଉଥିବା ଅଭିଯୋଗରେ ଗିରଫ ହୋଇଥିଲେ । ବନ୍ୟଜନ୍ତୁ ସୁରକ୍ଷା ଆଇନ ଉଲ୍ଲଙ୍ଘନ ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା । ଗତବର୍ଷ ସାପ ବିଷ ମାମଲାରେ ସେକ୍ଟର-୪୯ ନୋଏଡା ପୋଲିସ ତାଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କରିଥିଲା । ଏଥିପାଇଁ ଏଲଭିସଙ୍କୁ ପଚରାଉଚରା କରିବା ପାଇଁ ପୋଲିସ ଡାକିଥିଲା । ଦୀର୍ଘ ଘଣ୍ଟା ଧରି ପଚରାଉଚରା ପରେ କାଲି ଗିରଫ ହୋଇଥିଲେ ଏଲଭିସ । ଏଲଭିସ ରେଭ ପାର୍ଟିରେ ବିଷଧର ସାପର ବିଷ ବ୍ୟବହାର ସହ ଭିଡିଓ ସୁଟ୍ ପାଇଁ ସାପ ମଧ୍ୟ ବ୍ୟବହାର କରୁଥିବା ଅଭିଯୋଗ ରହିଛି । ନୋଏଡାରେ ସାପ ବିଷ ଯୋଗାଉଥିବା ଏକ ଗ୍ୟାଙ୍ଗର ପର୍ଦ୍ଦାଫାସ ସମୟରେ ଏଲଭିସ ଯାଦବଙ୍କ ନାଁ ତଦନ୍ତ ଘେରକୁ ଆସିଥିଲା । ମାମଲାରେ ପୋଲିସ ୪ ଜଣ ସାପ ଧରାଳିଙ୍କ ସମେତ ୫ ଜଣଙ୍କୁ ଗିରଫ କରିଥିଲା । ଚଢ଼ାଉ ବେଳେ ୯ଟି ସାପ ସହ ସାପ ବିଷ ଜବତ କରାଯାଇଥିଲା ।