spot_img

Latest Posts

ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ମଙ୍ଗଳୁ ଚରଣଙ୍କ ପରଲୋକ

ଭୁବନେଶ୍ୱର: ଆଉ ନାହାନ୍ତି ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ମଙ୍ଗଳୁ ଚରଣ ବିଶ୍ୱାଳ । ଓଡ଼ିଆ ଏବଂ କୋଶଳୀ ଭାଷାର ବିଶିଷ୍ଟ ସାହିତ୍ୟିକ ତଥା ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ମଙ୍ଗଳୁ ଚରଣଙ୍କ ଦେହାନ୍ତ ହୋଇଛି । ନାଟକ, ଗଳ୍ପ, କବିତା, ଶିଶୁ ସାହିତ୍ୟ ଆଦି ସାହିତ୍ୟର ବହୁ ବିଭାଗରେ ତାଙ୍କର ପାରଦର୍ଶିତା ଥିଲା । ମଙ୍ଗଳୁ ଚରଣଙ୍କ ରଚିତ ନାଟକ ’ଭୂଖା’ ଚଳଚ୍ଚିତ୍ରରେ ରୂପାନ୍ତରିତ ହୋଇ ଅନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ହୋଇଥିଲା ।

ତାଙ୍କର ଆତ୍ମଜୀବନୀ ‘ହଜିଲା ଦିନ’, କବିତା ସଂକଳନ ଦରିଆ ପାରିର କବିତା, ବସନ୍ତ ଆସିଲା ଫେରି, ଗଳ୍ପ ଅସ୍ତରାଗର କବି, ଦି’ ଧାର ଲୁହ, ଶିଶୁ ସାହିତ୍ୟ ଆ’ ଲୋ ନିଦ ମାଉସୀ ଆ, ଦେ କଉଡ଼ି ଖା ପିଠା, ନାଟକ ଭୂଖା, ଉଡ଼ଲା ପତର ବୁଡ଼ଲା ଡଙ୍ଗା, ଉଲଗୁଲାନ, ମା’ ସମଲେଇ ଆଦି ତାଙ୍କର ଅନନ୍ୟ କୃତି ।

ମଙ୍ଗଳୁ ଚରଣ ବିଶ୍ୱାଳଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକବ୍ୟକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି- ଗଳ୍ପ, କବିତା, ନାଟକ, ଶିଶୁ ସାହିତ୍ୟ ସହ ସମ୍ବଲପୁରୀ ସାହିତ୍ୟକୁ ସମୃଦ୍ଧ କରିବାରେ ତାଙ୍କ ଅବଦାନ ସର୍ବଦା ସ୍ମରଣୀୟ । ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଉଛି ।

Latest Posts

Don't Miss