ସ୍ପେନକୁ ୪-୦ ଗୋଲରେ ପରାସ୍ତ କଲା ଇଂଲଣ୍ଡ

1 min read

ଆଜି ୩ଟି ମହାମୁକାବିଲାରେ ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୩-୨ରେ ହରାଇଛି ମାଲେସିଆ । ସେହିପରି ଦ୍ବିତୀୟ ମ୍ୟାଚରେ ବିଶ୍ବ ରେକର୍ଡ ସହ ଚିଲିକୁ ହରାଇ କ୍ବାଟରଫାଇନାଲରେ ପ୍ରବେଶ କରିଛି ନେଦରଲାଣ୍ଡସ । ସେହିପରି ତୃତୀୟ ମ୍ୟାଚରେ ସ୍ପେନକୁ 4-0ରେ ହରାଇ ବାଜି ମାରିଛି ଇଂଲଣ୍ଡ । ଯଦି ଭାରତ ୱେଲ୍ସକୁ ୮ଟି ଗୋଲ୍ ଦିଏ ତେବେ ସିଧାସଳଖ ଫାଇନାଲକୁ ପ୍ରବେଶ କରିବ । ନଚେତ୍ ୭ଟି ପଏଣ୍ଟ ସହ ଗ୍ରୁପ-ଡିର ପଏଣ୍ଟ ଟେବୁଲରେ ଶୀର୍ଷରେ ଥିବା ଇଂଲଣ୍ଡ କ୍ୱାଟରଫାଇନଲକୁ ସିଧାସଳଖ ପ୍ରବେଶ କରିବ ।

କଳିଙ୍ଗରେ ଆରମ୍ଭ ହୋଇଯାଇଛି ମହାମୁକାବିଲା । ଭାରତ ଓ ଓ୍ବେଲ୍ସ ମଧ୍ୟରେ କଡ଼ା ଟକ୍କର । ହକି ବିଶ୍ବକପର ଶେଷ ପୁଲ ମ୍ୟାଚରେ ଓ୍ୱେଲ୍ସକୁ ସହିତ ଲଢୁଛି ଭାରତ । ଓ୍ବେଲସକୁ ବଡ଼ ବ୍ୟବଧାନରେ ହରାଇ ସିଧାସଳଖ କ୍ବାର୍ଟର ଫାଇନାଲରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ । ଭାରତ ପୁଲ୍ ପର୍ଯ୍ୟାୟରେ ସ୍ପେନ ବିପକ୍ଷରେ ୨-୦ରେ ବିଜୟୀ ହୋଇଥିବା ବେଳେ ଦ୍ବିତୀୟ ମ୍ୟାଚରେ ଇଂଲଣ୍ଡ ବିପକ୍ଷରେ ଡ୍ର ରଖିଥିଲା ।