ଅମିତାଭ ବଚ୍ଚନଙ୍କ ଏହି ଗୋଟିଏ ଭୁଲ ପାଇଁ ଚମକି ଉଠିଲା ଅନୀଲ କପୁରଙ୍କ ଭାଗ୍ୟ, ୧୯୯୦ରେ..

ନନ୍ଦିଘୋଷ ବ୍ୟୁରୋ: ଅମିତାଭ ବଚ୍ଚନ ବଲିଉଡର ସୁପରଷ୍ଟାର ସମସ୍ତଙ୍କ ପସନ୍ଦ । ୫ ଦଶଦ୍ଧି ଧରି ବଲିଉଡରେ ରାଜ କରୁଥିବା ଏହି ତାରକାଙ୍କ ପ୍ୟାନ ଫଲୋର୍ସଙ୍କ ସଂଖ୍ୟା ଅଧିକ ରହିଛନ୍ତି । ତେବେ ୧୯୯୦ ମସିହାରେ ଅମିତାଭ ବଚ୍ଚନ ଅନେକ ଫିଲ୍ମରେ ଅଭିନୟ କରିବା ସହ ଦର୍ଶକଙ୍କ ହୃଦୟରେ ରାଜ କରୁଥିଲେ । ୧୯୯୦ ମସିହାରେ ଅଭିତାଭଙ୍କ ଆଜ କା ଅର୍ଜୁନ ଫିଲ୍ମ ବକ୍ସ ଅଫିସରେ ବେଶ ସଫଳତା ହାସଲ କରିଥିଲା । ତାଙ୍କୁ ଫିଲ୍ମର ଅଫର ମଧ୍ୟ ମିଳୁଥିଲା । ବକ୍ସ ଅଫିସରେ ସର୍ବାଧିକ ରୋଜଗାର କରିଥିବା ଫିଲ୍ମ ମଧ୍ୟରେ ଆଜ କା ଅର୍ଜୁନ ରହିଥିଲା । ମାତ୍ର ସେହିବର୍ଷ ଅନୀଲ କପୁରଙ୍କ ଅଭିନୀତ ଫିଲ୍ମ କିଶନ କହ୍ନେୟା ବକ୍ସ ଅଫିସରେ କମାଲ କରିଥିଲା । ଦର୍ଶକେ ମଧ୍ୟ ଏହି ଫିଲ୍ମକୁ ବେଶ ପସନ୍ଦ କରିଥିଲେ ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ଏହି ଫିଲ୍ମର ଅଫର ପ୍ରଥମେ ଅମିତାଭ ବଚ୍ଚନଙ୍କୁ ମିଳିଥିଲା । ନିର୍ଦ୍ଦେଶକଙ୍କ ପ୍ରଥମ ପସନ୍ଦ ରହିଥିବା ଅମିତାଭ ବଚ୍ଚନ ଏହି ଅଫରକୁ ପ୍ରତ୍ୟାଖ୍ୟାନ କରିବା ପରେ ଅନୀଲ କପୁର ଅଭିନୟ କରିଥିଲେ । ୧୯୯୦ରେ ବକ୍ସ ଅଫିସରେ ହିଟ୍ ହୋଇଥିବା ୧୦ଟି ଫିଲ୍ମ ମଧ୍ୟରେ ଅମିତାଭଙ୍କ ତିନୋଟି ଫିଲ୍ମ ମଧ୍ୟ ସ୍ଥାନ ପାଇଥିଲା । ଯଦି ସେ କିଶନ କହ୍ନେୟା ଫିଲ୍ମରେ ଅଭିନୟ କରିଥାନ୍ତେ ଏବଂ ହିଟ୍ ହୋଇଥାନ୍ତା ତାହେଲେ ଏହା ଚତୁର୍ଥ ହିଟ ଫିଲ୍ମ ହେବା ସହ ରେକର୍ଡ କରିଥାନ୍ତେ ।