EPFO ଲାଗୁ କଲା ନୂଆ ନିୟମ ! Umang Appରେ UAN ଆକ୍ଟିଭେସନ ବାଧ୍ୟତାମୂଳକ

1 min read

କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ଚଳିତ ମାସ ପହିଲାରୁ ନୂଆ ନିୟମ ଲାଗୁ କରିଛି । ଏଣିକି ୟୁନିଭର୍ସଲ ଆକାଉଣ୍ଟ ନମ୍ବର (UAN)କୁ UMANG ମୋବାଇଲ ଆପ ମାଧ୍ୟମରେ ଫେସ ଅଥେଣ୍ଟିକେସନ ଦ୍ବାରା ଆକ୍ଟିଭ କରିବା ବାଧ୍ୟତାମୂଳକ କରି ଦିଆଯାଇଛି । ଏହାର ଅର୍ଥ ହେଉଛି, ଏଣିକି UAN ଆକ୍ଟିଭେସନ ପାଇଁ ଆପଣଙ୍କୁ ନିଜର ନିଯୁକ୍ତିଦାତାଙ୍କ ଉପରେ ନିର୍ଭର କରିବାକୁ ପଡ଼ିବନି । ଆପଣମାନେ ନିଜେ ନିଜର ମୋବାଇଲରେ ଏହି ପୂରା ପ୍ରକ୍ରିୟାକୁ କିଛି ମିନିଟ୍ ମଧ୍ୟରେ ସାରିପାରିବେ । ଡିଜିଟାଲ ସେବାକୁ ସହଜ ଓ ପାରଦର୍ଶୀ କରିବା ପାଇଁ ଏହି ପଦକ୍ଷେପ ଉଠାଯାଇଛି ବୋଲି ଇପିଏଫଓ ପକ୍ଷରୁ କୁହାଯାଇଛି । ଏଣିକି ଆଧାର ସହ ଜଡ଼ିତ ଫେସ ଅଥଣ୍ଟିକେସନ ହିଁ UAN ଆକ୍ଟିଭେସନର ମୁଖ୍ୟ ମାଧ୍ୟମ ହେବ ।

ଆଜି ପର୍ଯ୍ୟନ୍ତ ଅଧିକାଂଶ କର୍ମଚାରୀ ନିଜର UAN ଆକ୍ଟିଭେସନ ପାଇଁ ନିଜର ନିଯୁକ୍ତିଦାତାଙ୍କ ଉପରେ ନିର୍ଭର କରୁଥିଲେ । ତା’ ଦ୍ବାରା ଭୁଲ ସୂଚନା ଦେବା, ବିଳମ୍ବ ହେବା ଓ EPFO ସେବାର ଲାଭ ସମୟରେ ନ ମିଳିବା ନେଇ ଅଭିଯୋଗ ଆସୁଥିଲା । ଇପିଏଫର ରିପୋର୍ଟ ମୁତାବକ, ଏବେ ସୁଦ୍ଧା କେବଳ ୩୫ ପ୍ରତିଶତ UAN ହିଁ ନିଜେ ଆକ୍ଟିଭେସନ କରିପାରୁଥିଲେ । ଉମଙ୍ଗ ଆପ ମାଧ୍ୟମରେ UAN ଆକ୍ଟିଭେସନ କରି ଆପଣମାନେ ସହଜରେ ଇପିଏଫ ବାଲାନ୍ସ ଦେଖିପାରିବେ, କେଓ୍ବାଇସି ଅପଡେଟ କରିପାରିବେ, କ୍ଲେମ ଫାଇଲ କରିପାରିବେ ଓ UAN କାର୍ଡ ଡାଉନଲୋଡ୍ ମଧ୍ୟ କରିପାରିବେ । ଆପଣ ଯଦି ନିଜର UAN ଆକ୍ଟିଭ କରିନାହାନ୍ତି, ତେବେ ଉମଙ୍ଗ ଆପକୁ ଯାଇ ଏହି ପ୍ରକ୍ରିୟା ପୂରା କରନ୍ତୁ । ଏହାଦ୍ବାରା ଆପଣଙ୍କର ପିଏଫ ଆକାଉଣ୍ଟ ସୁରକ୍ଷିତ ରହିବ ଓ ଆପଣ ରିଟାୟାରମେଣ୍ଟ ସେଭିଙ୍ଗସ ଓ କ୍ଲେମ ସହ ଜଡ଼ିତ ଅପଡେଟ ମଧ୍ୟ ଟାଇମରେ ପାଇପାରିବେ ।