spot_img

Latest Posts

ପଣବନ୍ଦୀଙ୍କ ପାଇଁ ଗ୍ରାଉଣ୍ଡ ଆଟାକ କରିପାରୁନି ଇସ୍ରାଏଲ

ବ୍ୟୁରୋ ରିପୋର୍ଟ: ଅକ୍ଟୋବର ୭ରୁ ପାଲେଷ୍ଟାଇନର ଆତଙ୍କବାଦୀ ସଂଗଠନ ହମାସ ପ୍ରାୟ ୨୨୦ ଜଣ ଇସ୍ରାଏଲ ନାଗରିକଙ୍କୁ ଅପହରଣ କରିବା ସହ ପଣବନ୍ଦୀ କରି ରଖିଛି। ଗାଜା ଷ୍ଟ୍ରିପର କୌଣସି ଟନେଲରେ ହମାସ ଆତଙ୍କବାଦୀମାନେ ଲୋକମାନଙ୍କୁ ପଣବନ୍ଦୀ କରି ରଖିଥିଲେ ମଧ୍ୟ ଇସ୍ରାଏଲ ସେନା ଏହାର ଠିକଣା ପାଉନାହିଁ । ଏବେ କୌଣସି ଉପାୟ ନ ପାଇ ଇସ୍ରାଏଲ ସେନା ଗାଜା ଷ୍ଟ୍ରିପର ଲୋକମାନଙ୍କୁ ସହାୟତା ମାଗିଛି । ଇସ୍ରାଏଲର ଲୋକମାନଙ୍କୁ ହମାସ କେଉଁଠି ଲୁଚାଇ ରଖିଛି, ତାର ଉପଯୁକ୍ତ ଠିକଣା ଦେବାକୁ ଇସ୍ରାଏଲ ଗାଜାବାସୀଙ୍କୁ ଅନୁରୋଧ କରିଛି ।

ଏଥିସହ ସେମାନଙ୍କୁ ଆର୍ଥିକ ପୁରସ୍କାରର ଲୋଭ ମଧ୍ୟ ଦେଖାଇଛି । ସୋଶାଲ ମିଡିଆରେ ଇସ୍ରାଏଲ ଡିଫେନ୍ସ ଫୋର୍ସ କହିଛି ଯେ ପଣବନ୍ଦୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାର ବାଟ ଦେଖାଇଲେ ଗାଜାବାସୀଙ୍କୁ ଆର୍ଥିକ ପୁରସ୍କାର ଦିଆଯିବ ।  ଯେଉଁମାନେ ସୂଚନା ଦେବେ ସେମାନଙ୍କୁ ସବୁ ପ୍ରକାରର ସୁରକ୍ଷା ମଧ୍ୟ ଇସ୍ରାଏଲ ସେନା ଯୋଗାଇ ଦେବ ବୋଲି ପ୍ରତିଶ୍ରୁତି ଦେଇଛି । ଆଇଡିଏଫ କହିଛି ଯେ ଯଦି ଆପଣମାନେ ଶାନ୍ତିରେ ରହିବାକୁ ଚାହୁଁଛନ୍ତି, ଆପଣମାନେ ଯଦି ନିଜ ପିଲାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଚାହୁଁଛନ୍ତି, ତୁରନ୍ତ ମାନବୀୟ ସହାୟତା କରନ୍ତୁ ।

ଦୟା କରି ଆପଣମାନଙ୍କ ଅଞ୍ଚଳରେ ପଣବନ୍ଦୀ ହୋଇ ରହିଥିବା ଲୋକଙ୍କ ଠିକଣା ସମ୍ପର୍କରେ ନିର୍ଦ୍ଦିଷ୍ଟ ଓ ମୂଲ୍ୟବାନ ତଥ୍ୟ ଦିଅନ୍ତୁ । ଅକ୍ଟୋବର ୭ରୁ ହମାସ ଆତଙ୍କୀମାନେ ୨୨୨ ଜଣ ଇସ୍ରାଏଲ ନାଗରିକଙ୍କୁ ପଣବନ୍ଦୀ କରି ରଖିଥିଲା । ସେମାନଙ୍କ ମଧ୍ୟରୁ ୨ ଜଣ ମହିଳାଙ୍କୁ ହମାସ ମୁକ୍ତ କରିଛି। ଏବେ ବି ସେମାନଙ୍କ କବଳରେ ୨୨୦ ଜଣ ଲୋକ ରହିଛନ୍ତି ।

Latest Posts

Don't Miss