spot_img

Latest Posts

ଟ୍ବିଟରକୁ ଟକ୍କର ଦେବ ‘ଥ୍ରେଡସ୍’ ଆପ୍‌ : ୧୮ ଘଣ୍ଟାରେ ୩୦ ମିଲିୟନଙ୍କ ସାଇନ-ଅପ୍‌

ନୂଆଦିଲ୍ଲୀ :  ଲଞ୍ଚ ହେଲା ନୂଆ ଆପ୍ ଥ୍ରେଡ୍‌ସ। ମାର୍କ ଜୁକର ବର୍ଗଙ୍କ ମେଟା ଟ୍ୱିଟରର କମ୍ପିଟେଟର ଥ୍ରେଡସ୍ ଆପକୁ ଲଞ୍ଚ କରିଛନ୍ତି। ମେଟାର୍‌ ନୂଆ ଆପ୍‌କୁ ନେଇ ଏବେ ସାରା ବିଶ୍ବରେ ଚର୍ଚ୍ଚା । କିଛି ଘଣ୍ଟାରେ ଲକ୍ଷ ଲକ୍ଷ ଲୋକ ଏହାକୁ ଡାଉନଲୋଡ କଲେଣି । ପ୍ରାୟ ୧୮ ଘଣ୍ଟାରେ ୩୦ ମିଲିୟନ ଲୋକ ସାଇନ-ଅପ୍‌ କରସାରିଲେଣି । ଏନେଇ ନିଜେ ମେଟା ସିଇଓ ମାର୍କ ଜୁକରବର୍ଗ  ସୂଚନା ଦେଇଛନ୍ତି ।

ଏହି ଆପରେ ଟ୍ୱିଟର ଭଳି ସବୁ ଫିଚର ରହିଛି। ଏଥିରେ ପୋଷ୍ଟ ଲିମିଟ୍ ୫୦୦ ୱାର୍ଡ ଦିଆଯାଇଛି, ଯାହା ଟ୍ୱିଟରର ୨୮୦ ୱାର୍ଡ ଲିମିଟ୍ ଠାରୁ ଅଧିକ । ଏଥିରେ ୫ ମିନିଟର ଲିଙ୍କ, ଫଟୋ ଓ ଭିଡିଓ ସେୟାର କରାଯାଇପାରିବ। ଏହି ଆପ୍ ୧୦୦ରୁ ଅଧିକ ଦେଶର ଗୁଗଲ ଏଣ୍ଡ୍ରଏଡ ଆପ୍ ଷ୍ଟୋରରେ ଉପଲବ୍ଧ ହେଉଛି।

ଏହି ଆପକୁ ଡାଉନ ଲୋଡ ପରେ ଇନଷ୍ଟା ଆଇଡି ସହ ଲିଙ୍କ କରି ଓପନ କରିପାରିବେ।ଥ୍ରେଡସ୍ ଇନଷ୍ଟାଗ୍ରାମ ଭଳି ଆପ୍ ଯାହାକି ଟ୍ୱିଟର ପରି କାମ କରିବ। ଏହାସହ ଇନଷ୍ଟାଗ୍ରାମ୍ ଫ୍ରେଣ୍ଡ ମାନଙ୍କ ସହିତ ଯୋଡ଼ି ହୋଇପାରିବେ । ଏଥିପାଇଁ କମ୍ପାନୀ ଏକ ଅପସନ୍ ଦେବ, ଏଠାରେ ସେହି ୟୁଜରମାନେ ଦେଖିବାକୁ ମିଳିବେ ଯେଉଁମାନେ ଇନଷ୍ଟାଗ୍ରାମ ଏବଂ ଥ୍ରେଡସ୍ ଉଭୟରେ ଉପସ୍ଥିତ ଥିବେ ।ଏହି ଆପକୁ ୩୦ ମିଲିୟନରୁ ଅଧିକ ୟୁଜର୍ସ ବ୍ୟବହାର କରିସାରିଲେଣି । ଟ୍ଵିଟରକୁ ଟକ୍କର ଦେବାପାଇଁ ନୂଆ ଆପ୍‌ ଆଣିଛି ମେଟା । ଏଲନ ମସ୍କ ଟ୍ୱିଟର ଆପ୍ ଉପରେ ପ୍ରତିବନ୍ଧକ ଲଗାଇବା ପରେ ମେଟାର ଏହି ନୂଆ ଆପର ବିକଳ୍ପ ସାଜିଛି ।

Latest Posts

Don't Miss