spot_img

Latest Posts

ଧାରା ୩୭୦ ଉଚ୍ଛେଦ ପରେ କାଶ୍ମୀରରେ ପ୍ରଥମ ବିଦେଶୀ ପ୍ରତିନିଧି ଦଳ

ଶ୍ରୀନଗର : ଦୁଇଦିନିଆ ଜମ୍ମୁ ଓ କଶ୍ମୀର ଗସ୍ତରେ ଯାଇଛନ୍ତି ୟୁରୋପୀୟ ସାଂସଦଙ୍କ ପ୍ରତିନିଧି ଦଳ । ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପ୍ରଥମ ଥର ପାଇଁ କୈାଣସି ବିଦେଶୀ ପ୍ରତିନିଧି ଦଳ କାଶ୍ମୀର ଗସ୍ତ କରିଛନ୍ତି । ଆଜି ସକାଳେ ଦିଲ୍ଲୀରୁ ଶ୍ରୀନଗର ଯାଇଛନ୍ତି ପ୍ରତିନିଧି ଦଳ। ସେଠାରେ ରାଜ୍ୟପାଳ ଓ ଉପଦେଷ୍ଟାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ପ୍ରତିନିଧି ଦଳ ସେନା ଅଧିକାରୀଙ୍କୁ ମଧ୍ୟ ଭେଟିବେ । ଏହାସହ କିଛି ସ୍ଥାନୀୟ ଲୋକଙ୍କୁ ୟୁରୋପୀୟ ପ୍ରତିନିଧି ଦଳ ଭେଟିବାର କାର୍ଯ୍ୟକ୍ରମ ରହିଛି । ଗ୍ରାଉଣ୍ଡ ଜିରୋରେ ଅନୁଧ୍ୟାନ କରିବା ପାଇଁ ସୁଯ଼ୋଗ ମିଳିବ ବୋଲି ପ୍ରତିନିଧି ଦଳର ସଦସ୍ୟ କହିଛନ୍ତି ।

 

 

 

ଏହା ପୂର୍ବରୁ ୟୁରୋପୀୟ ପ୍ରତିନିଧି ଦଳ ଗତକାଲି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭଲଙ୍କୁ ଦିଲ୍ଲୀରେ ସାକ୍ଷାତ କରିଥିଲେ । ୟୁରୋପୀୟ ସାଂସଦଙ୍କ ପ୍ରତିନିଧିଦଳକୁ କାଶ୍ମୀର ଯିବା ପାଇଁ  ଅନୁମତି ଦେବା ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି । ଭାରତୀୟ ସାଂସଦଙ୍କୁ ଅନୁମତି ନମିଳିବା ନେଇ ପ୍ରଶ୍ନ କରିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ବିଜେପି ରାଜ୍ୟସଭା ସଦସ୍ୟ ସୁବ୍ରମଣ୍ୟମ୍‌ ସ୍ୱାମୀ ମଧ୍ୟ କେନ୍ଦ୍ରର ଏଭଳି ଆଭିମୁଖ୍ୟ ନେଇ ପ୍ରଶ୍ନ କରିଛନ୍ତି। କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ୟୁରୋପୀୟ ସଂଘ ଭାରତକୁ ସମର୍ଥନ କରି ଏହାକୁ ଦ୍ୱିପାକ୍ଷିକ ମାମଲା ବୋଲି କହିଥିଲା । ଏ ଟିମ୍ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ସେଠାରେ ରହିବେ । ')}

Latest Posts

Don't Miss