spot_img

Latest Posts

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ। ପ୍ରାକୃତିକ ବିପର୍ଯ୍ୟୟ ହେଉ ବା ସାଧାରଣ ଦୁର୍ଘଟଣା। ରୋଗ ହେଉ ବା ମହାମାରୀ । ପ୍ରତ୍ୟେକ ସମୟରେ ସାଧାରଣ ଜୀବନର ମୂଲ୍ୟ ତାଙ୍କ ପାଇଁ ଅମୂଲ୍ୟ। ମଣିଷ ସହ ସାଧାରଣ ପଶୁପକ୍ଷୀଙ୍କ ଜୀବନ ବି ତାଙ୍କ ପାଇଁ ସମାନ ଗୁରୁତ୍ୱ ବହନ କରିଥାଏ। ବିଭିନ୍ନ ସମୟରେ ତାଙ୍କ କାର୍ଯ୍ୟଧାରାକୁ ଅନୁଧ୍ୟାନ କଲେ ଏହା ଅତ୍ୟନ୍ତ ସ୍ପଷ୍ଟ। ନିଃଶୁଳ୍ପ ଓ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ହିଁ ଆମ ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା ଆଭିମୁଖ୍ୟର ମୂଳ ଆଧାର। ଆମ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ। ଧନୀ ହେଉ ଅବା ଗରିବ, ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ବିନା କାହାରି ପ୍ରାଣ ଯିବ ନାହିଁ। ଟଙ୍କା ଅଭାବରୁ କେହି ସ୍ୱାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହେବେ ନାହିଁ। ଏହି ଉଦ୍ଦେଶ୍ୟ ସାଧନ ପାଇଁ ରାଜ୍ୟ ସରକାର ସବୁମତେ ଉଦ୍ୟମ କରୁଛନ୍ତି। ବିଭିନ୍ନ ସ୍ୱାସ୍ଥ୍ୟ ଯୋଜନାର ଶୁଭାରମ୍ଭ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଗୁରୁତ୍ୱପୂର୍ଣ୍ଣ ଦୁଇ ପଦ କହିବାକୁ କଦାପି ଭୁଲି ନଥାନ୍ତି। ଏହା କେବଳ କହି ନାହାନ୍ତି ବରଂ କାମରେ ବି କରି ଦେଖାଇଛନ୍ତି। ବିଏସ୍‌‌କେୱାଇ, ନିଃଶୁଳ୍କ ନିଦାନ, ଜିଲ୍ଲା ସ୍ତରରେ କେମୋ ଥେରାପି ହେଉ ଅବା ଜନନୀ ସୁରକ୍ଷା, ଆମ୍ବୁଲାନ୍ସ ସେବା ଅବା ବିନା ମୂଲ୍ୟରେ ଟ୍ରମା କେୟାର ସୁବିଧା ସୁବିଠି ମୁଖ୍ୟମନ୍ତ୍ରୀଙ୍କର ଏହି ପ୍ରତିବଦ୍ଧତା ସ୍ପଷ୍ଟ ବାରି ହୋଇ ପଡ଼ିଛି। ଅନୁରୂପ ଭାବରେ ମହାମାରୀ କାଳରେ ପଶୁପକ୍ଷୀମାନଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରି ସେ ସୃଷ୍ଟି କରିଛନ୍ତି ଅନନ୍ୟ ଉଦାହରଣ ।

୧୯୯୯ ମସିହା ମହାବାତ୍ୟାରେ ରାଜ୍ୟରେ ପ୍ରାୟ ୧୦ ହଜାରରୁ ଊର୍ଦ୍ଧ୍ବ ଲୋକ ପ୍ରାଣ ହରାଇଥିଲେ। ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଶପଥ ନେବା ପରେ ବାତ୍ୟା ମୁକାବିଲା କ୍ଷେତ୍ରରେ ଓଡ଼ିଶା ସୃଷ୍ଟି କରିଛି ସଫଳତା । ଫାଇଲିନ୍‌‌ ଓ ଫନି ସମୟରେ ରେକର୍ଡ଼ ଅବଧିରେ ରେକର୍ଡ଼ ସଂଖ୍ୟକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ସୃଷ୍ଟି କରିଛି ନୂଆ ଇତିହାସ । ୧୯୯୯ ମସିହା ମହାବାତ୍ୟାରେ ମାତ୍ର ୨୩ଟି ବାତ୍ୟା ଆଶ୍ରୟସ୍ଥଳୀ ଥିବାବେଳେ ରାଜ୍ୟ ସରକାର ଇତି ମଧ୍ୟରେ ପାଖାପାଖି ୯୦୦ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ କରି ସାରିଛନ୍ତି। ଯାହାକି ରାଜ୍ୟ ସରକାରଙ୍କ ବଡ଼ ଉପଲବ୍ଧିକୁ ଦର୍ଶାଉଛି। ମୁଖ୍ୟମନ୍ତ୍ରୀଙ୍କ ଦୁରଦୃଷ୍ଟି ସମ୍ପନ୍ନତା ଓ ‘ପ୍ରତ୍ୟେକ ଜୀବନ ମୂଲ୍ୟବାନ’କୁ ଆଧାର କରି ଓଡ଼ିଶା ପ୍ରଶାସନ ଏହି ସଫଳତା ପାଇଛି। ଯେଉଁଥିପାଇଁ ଜାତିସଂଘ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଛି।

Latest Posts

Don't Miss