ନବୀନଙ୍କ ପାଇଁ ଓଡ଼ିଶାବାସୀଙ୍କ ସହ ପ୍ରବାସୀ ଓଡ଼ିଆ ଗର୍ବିତ

ନୂଆଦିଲ୍ଲୀ:  ‘ମୋର ପ୍ରିୟ ଭାଇ ଓ ଭଉଣୀମାନେ ! ମୁଁ ଟିକିଏ ଡେରିରେ ଆସିଲି, ଆପଣମାନେ ମୋତେ କ୍ଷମା କରି ଦିଅନ୍ତୁ, ଏ ଆଓ୍ବାର୍ଡ‌ ଆମେ ପାଇଛୁ । ଆପଣମାନେ ଖୁସି ତ ? ଏ ପୁରସ୍କାର ମୋର ନୁହେଁ, ସାଢ଼େ ୪ କୋଟି ଓଡ଼ିଆଙ୍କର’ । ବାସ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏତକ କଥା, ତାଙ୍କୁ ସମ୍ବର୍ଦ୍ଧିତ କରିବାକୁ ଓଡ଼ିଶା ଭବନରେ ଏକାଠି ହୋଇଥିବା ଶତାଧିକ ପ୍ରବାସୀ ଓଡ଼ିଆଙ୍କୁ ଭାବବିହ୍ବଳ କରିଥିଲା । ନବୀନ ପଟ୍ଟନାୟକ ଜିନ୍ଦାବାଦ ଧ୍ବନିରେ କମ୍ପିଥିଲା ଓଡ଼ିଶା ଭବନ । ରାଜ୍ୟବାସୀଙ୍କ ବିକାଶ ପାଇଁ ନବୀନ ଯେପରି ୨୪ ଘଣ୍ଟା ନିଜକୁ ଉତ୍ସର୍ଗ କରିଆସୁଛନ୍ତି, ସେଥିପାଇଁ ୧୭ ଲକ୍ଷ ପ୍ରବାସୀ ଓଡ଼ିଆ ଗର୍ବିତ ।

ଦୀର୍ଘ ୨୫ ବର୍ଷ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିକାଶ କରିଆସୁଛନ୍ତି । ଯେଉଁଥିପାଇଁ ତାଙ୍କୁ ଆଜି ପ୍ରତିଷ୍ଠିତ ଅନୁଷ୍ଠାନ ଜୀବନବ୍ୟାପୀ ସେବା ସମ୍ମାନରେ ସମ୍ମାନିତ କରିଛି । ରାଜ୍ୟକୁ ଶିକ୍ଷା, ସ୍ବାସ୍ଥ୍ୟ କ୍ଷେତ୍ରରେ ଅଗ୍ରଣୀ କରିବାରେ ଦେଶର ନୂଆ ମଡେଲ ହୋଇଛି ଓଡ଼ିଶା । ଏଥିପାଇଁ ପ୍ରତ୍ୟେକଟି ଓଡ଼ିଆ ଗର୍ବିତ ।

ମୁଖ୍ୟମନ୍ତ୍ରୀଙ୍କୁ ମିଳିଲା ଜୀବନବ୍ୟାପୀ ସାଧନା ପୁରସ୍କାର । ହେଲେ ମୁଖ୍ୟମନ୍ତ୍ରୀ ଏଥିରେ ସନ୍ତୁଷ୍ଟ ନୁହନ୍ତି, ରାଜ୍ୟବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ଶତ ପ୍ରତିଶତ ପାଳନ କଲେ ହିଁ ସେ ଖୁସି ହେବେ ।