ପତ୍ନୀହନ୍ତା ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ଆଜୀବନ ଜେଲ୍

1 min read

ଭୁବନେଶ୍ୱର: ପତ୍ନୀହନ୍ତା ପୂର୍ବତନ ବିଧାୟକଙ୍କୁ ଆଜୀବନ ଜେଲ । ଗୁଣୁପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ଦଣ୍ଡାଦେଶ ଶୁଣାଇଛନ୍ତି ଭୁବନେଶ୍ବର ସ୍ବତନ୍ତ୍ର ଏଡିଜେ-୩ କୋର୍ଟ । ଆଜୀବନ କାରଦଣ୍ଡ ସହିତ 50ହଜାର ଜୋରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । କୋରିମାନା ଅନାଦେୟ ଏକ ବର୍ଷ ଜେଲ ଦଣ୍ଡ ଭୋଗୁବାକୁ ପଡ଼ିବ । ଏହା ସହିତ ପ୍ରମାଣ ନଷ୍ଟ ପାଇଁ 10ହଜାର ଟଙ୍କା ଫାଇନ ଅନାଦେୟ 6 ମାସ ଜେଲ ଦଣ୍ଡ ଶୁଣାଇଛନ୍ତି କୋର୍ଚ । ୧୯୯୫ ମସିହା ଅଗଷ୍ଟ ୨୯ରେ ବିଧାୟକ କ୍ବାର୍ଟର୍ସରେ ପତ୍ନୀ ଶଶୀରେଖା ଗମାଙ୍ଗଙ୍କୁ ପୋଡ଼ି ମାରିଥିଲେ ଗୁଣୁପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗ ।

ଏହି ସମୟରେ ତାଙ୍କ ପତ୍ନୀ ଗର୍ଭବତୀ ମଧ୍ୟ ଥିଲେ । ହତ୍ୟା କରିବା ପରେ ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ କରିଥିଲେ ପୂର୍ବତନ ବିଧାୟକ । ଆତ୍ମହତ୍ୟା ନେଇ ଥାନାରେ ଏତଲା ମଧ୍ୟ ଦେଇଥିଲେ ପୂର୍ବତନ ବିଧାୟକ । ଖାରବେଳ ନଗର ଥାନାରେ ଏତଲା ପରେ ତଦନ୍ତ କରିଥିଲା ପୋଲିସ । ପ୍ରଥମେ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବାବେଳେ ପରେ ହତ୍ୟା ମାମଲା ରୁଜୁ କରିଥିଲା ପୋଲିସ ।

୨୮ ବର୍ଷ ପରେ ମତ ପଦାକୁ ଆସିବା ସହିତ ରାମମୂର୍ତ୍ତିଙ୍କୁ ଦଣ୍ଡ ଶୁଣାଇଛନ୍ତି ଭୁବନେଶ୍ବର ଏଡିଜେ-୩ କୋର୍ଟ । ୧୧ ଜଣ ସାକ୍ଷୀ ଓ ୧୫ଟି ଦସ୍ତାବିଜ ଆଧାରରେ ଦଣ୍ଡାଦେଶ ହୋଇଛି । ରାମମୂର୍ତ୍ତି ୧୯୯୦ ମସିହାରେ ଜନତା ଦଳରୁ ବିଧାୟକ ହୋଇଥିବାବେଳେ ୨୦୦୨ରୁ ୨୦୦୪ ମସିହା ପର୍ଯ୍ୟନ୍ତ ବିଜେପିରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସରକାରଙ୍କ ତରଫରୁ ସ୍ପେଶାଲ ପିପି ଭାବେ ରଶ୍ମିରଞ୍ଜନ ବ୍ରହ୍ମା ମାମଲା ପରିଚାଳନା କରୁଥିଲେ ।