CHIRAG DUMPS NITISH: ଘର ଢିଙ୍କି ହୋଇ କୁମ୍ଭୀର ସାଜିଲେ କି ଚିରାଗ, ସମୀକ୍ଷକ ମାନେ ଦେଲେ ଏପରି ମତ…ଜାଣନ୍ତୁ

1 min read

ପାଟନା: ଆଉ ୪୨ ଘଣ୍ଟାର ପ୍ରତୀକ୍ଷା । ବିହାରୀ ଭୋଟର ଆଗାମୀ ୫ ବର୍ଷର ନେତୃତ୍ୱ କାହାକୁ ଦେବାକୁ ଯାଉଛନ୍ତି, ତାହା ସ୍ପଷ୍ଟ ହୋଇଯିବ । ହେଲେ ଭୋଟ ଗଣତିର ୩ ଦିନ ପୂର୍ବରୁ ଆସିଥିବା ଜନମତ ସର୍ଭେ କେତେକଙ୍କୁ ଚକିତ କରିଦେଇଛି । ଅଧିକାଂଶ ସର୍ଭେ ମହାଗଠବନ୍ଧନ ବିଜୟୀ ହେବାର ସମ୍ଭାବନା ଅଧିକ ଥିବା ଦର୍ଶାଇଛନ୍ତି । ହେଲେ ଏକ୍ସିଟ ପୋଲ , ଯେବେ ଯାଏ ଏଜ୍କାଟ ହୋଇନି, ସେ ପର୍ଯ୍ୟନ୍ତ କୌଣସି ରାଜନୈତିକ ନିର୍ଯ୍ୟାସରେ ପହଞ୍ଚିବା ଉଚିତ ନୁହେଁ ।

ଏହି ନିର୍ବାଚନରେ ଏନଡିଏରୁ ଅଲଗା ହୋଇ ନିର୍ବାଚନ ଲଢୁଥିବା ଏଲଜେପି ହିଁ ଭୋଟ ବିଭାଜନର କାରଣ ବୋଲି କେତେକ ରାଜନୈତିକ ସମୀକ୍ଷକ ମତ ଦେଇଛନ୍ତି । ଇଣ୍ଡିଆ-ଟୁଡେ ଦ୍ୱାରା କରାଯାଇଥିବା ଆକଳନ ଅନୁଯାୟୀ, ୟୁପିଏ ତଥା ମହାମେଣ୍ଟ ୧୩୯-୧୬୧ ଆସନ ପାଇବ ବୋଲି କୁହାଯାଇଛି । ସେହିପରି ଏନଡିଏ ମେଣ୍ଟ୬୯ରୁ ୯୧ ଆସନରେ ସୀମିତ ରହିବ ବୋଲି କୁହାଯାଇଛି । ଏନଡିଏରୁ ଅଲଗା ହୋଇ ଏକୁଟିଆ ଲଢିଥିବା ଚିରାଗ ପାଶୱାନଙ୍କ ଦଳ ମାତ୍ର ୩ରୁ ୫ ଆସନ ପାଇବ ବୋଲି କୁହାଯାଇଛି । ଏଥିସହିତ ମହାମେଣ୍ଟ ୪୪ ପ୍ରତିଶତ, ୟୁପିଏ ୩୯ ପ୍ରତିଶତ ଏବଂ ଏଲଜେପି ୭ ପ୍ରତିଶତ ଭୋଟ ପାଇଛି । ଏହି ଭୋଟ ପ୍ରତିଶତ ହିଁ ଶାସକ ମେଣ୍ଟକୁ ବିଚଳିତ କରିଛି ।

ଯଦି ନିର୍ବାଚନ ପୂର୍ବରୁ ଏନଡିଏରେ ଏଲଜେପିକୁ ରଖାଯାଇ ନିର୍ବାଚନ ଲଢାଯାଇଥାଆନ୍ତା । ତେବେ ୪୫ରୁ ୪୮ ପ୍ରତିଶତ ଭୋଟ ମିଳିଥାଆନ୍ତା । ଏଲଜେପିକୁ ନେଇ ଖେଳାଯାଇଥିବା ରାଜନୈତିକ ଦାଓପେଞ୍ଚ ଆତ୍ମଘାତୀ ସାବ୍ୟସ୍ତ ହୋଇଥିବା ପ୍ରତୀୟମାନେ ହେଉଛି । ଏଲଜେପି ମେଣ୍ଟରେ ରହି ୩୫ରୁ ୪୨ ଆସନରେ ନିର୍ବାଚନ ଲଢିଥିଲେ, ଏହା ଅନୁକୂଳ ହୋଇ ଥାଆନ୍ତା ବୋଲି କୁହାଯାଉଛି । ପାଶୱାନ ଉପଜାତିର ଭୋଟର ମାନେ ଏନଡିଏ ସହ ୩୧ ପ୍ରତିଶତ ଏବଂ ଏଲଜେପି ସହ ୩୦ ପ୍ରତିଶତ ଭାବେ ବାଣ୍ଟି ହୋଇଗଲେ । ଯଦି ଏହା ଏକୀକୃତ ହୋଇ ଥାଆନ୍ତା , ତେବେ ହୁଏତ ୩୦ରୁ ୪୦ ଆସନରେ ଉପରେ ଏହାର ଅନୁକୂଳ ପ୍ରଭାବ ପଡିଥାଆନ୍ତା ।

ବିହାରର ଗୋବିନ୍ଦଗଞ୍ଜ, ଲାଏଗଞ୍ଜ, ଭାଗଲପୁର, ରାଘୋପୁର,ରାମୋଡା ଏବଂ ନରକଟିଆଗଂଜରେ ଏନଡିଏ ଭୋଟ ବିଭାଜନ ଲକ୍ଷ୍ୟ କରାଯାଇଛି । ଏକ୍ସିସ ଇଣ୍ଡିଆର ସିଏମଡି ପ୍ରଦୀପ ଗୁପ୍ତାଙ୍କ କହିବାନୁଯାୟୀ, ଯଦି ଏଲଜେପି ଏନଡିଏ ସହ ଯାଇଥାଆନ୍ତା । ତେବେ ଜେଡିୟୁ ଅଧିକ ଆସନ ଜିତିଥାନ୍ତା । ଏନଡିଏକୁ ସିଧାସଳଖ ୩ ପ୍ରତିଶତ ଭୋଟର ଫାଇଦା ହୋଇ ଥାଆନ୍ତା । ହେଲେ ସେପରି ହେଲା ନାହିଁ । ଏଲଜେପି ଜେଡିୟୁର କ୍ଷତି କରିବା ସହ ନିଜ ଦଳର ଏବଂ ବୃହତ୍ତର ଭାବେ ଭାଜପାର ମଧ୍ୟ କ୍ଷତି କଲା ।

ବିହାରୀଫାଷ୍ଟବିହାରଫାଷ୍ଟର ସ୍ଲୋଗାନ ଚିରାଗଙ୍କୁ ସୋସିଆଲ ମିଡିଆରେ ଲୋକପ୍ରିୟ କଲା । ନୀତିଶ କୁମାର ତଥା ଏନଡିଏର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ବିରୋଧରେ ଚିରାଗ ପ୍ରଚାର ସରକାରୀ ବିରୋଧୀ ରାଜନୈତିକ ବାତାବରଣ ସୃଷ୍ଟି କଲା । ସେହି ସମୟରେ ସଙ୍ଗଠିତ ହୋଇ ଆରଜେଡି-କଂଗ୍ରେସ-ବାମଦଳ ଲଢିଲେ । ରୋଜଗାର ଏବଂ ସରକାରୀ ଚାକିରୀର ପ୍ରସ୍ତାବ ତେଜସ୍ୱୀଙ୍କ ଲୋକପ୍ରିୟ କରାଇଲା । ଅଧିକ ଆସନରେ ଲଢୁଥିବା ଆରଜେଡି ଏହାର ଫାଇଦା ଉଠାଇଲା ବୋଲି ସମୀକ୍ଷକ ମତ ଦେଇଛନ୍ତି ।

Bihar Election

ସେହିପରି ରାମବିଳାସ ପାଶୱାନ ଅଧିକାଂଶ ସମୟ କେନ୍ଦ୍ର ରାଜନୀତିରେ ସମୟ ବିତାଇଥିଲେ । ନିଜ ଜାତିର ଭୋଟରଙ୍କୁ ବାଦ୍ ଦେଲେ ଅନ୍ୟ ଦଳିତ ଜାତିରେ ତାଙ୍କର ଆଧିପତ୍ୟ ନ ଥିଲା । ହେଲେ ଚିରାଗଙ୍କ ଅଧିକ ରାଜନୈତିକ ମହତ୍ତ୍ୱକାଂକ୍ଷା ତାଙ୍କ ପାଇଁ ବୀପରିତ ସାବ୍ୟସ୍ତ ହେଲା । ତେଣୁ  ଆଲୋକର ପ୍ରତିଶବ୍ଦ ଚିରାଗ ଶେଷରେ ଏନଡିଏର ରାଜନୈତିକ ବିହାର ସାମ୍ରାଜ୍ୟରେ ନିଆଁ ଲଗାଇବାର କାମ କଲା ବୋଲି କୁହାଯଆଉଛି ।

 

Leave a Reply