spot_img

Latest Posts

ମୁମ୍ବାଇ ଡ୍ରଗ୍ସ ମାମଲାରେ ଖୋଲୁଛି ଅଣ୍ଡରଓ୍ୱାଲଡ ଲିଙ୍କ୍‌, ଫଡନାବିସ-ନଓ୍ୱାବ ତୁତୁ ମେଁମେଁ

ମୁମ୍ବାଇ: ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ କେସକୁ ନେଇ ଜୋର ଧରିଛି ରାଜନୀତି। ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିବା ନଓ୍ୱାବ ମଲ୍ଲିକ ଓ ବିଜେପି ନେତା ଦେବେନ୍ଦ୍ର ଫଡନାବିସଙ୍କ ମଧ୍ୟରେ ତୁ ତୁ ମେ ମେ ଜାରି ରହିଥିବା ବେଳେ ଏଥିରେ ସାମିଲ ହୋଇଛନ୍ତି ପରିବାର ଲୋକେ। ଡ୍ରଗ୍ସ ଲିଙ୍କ ପରେ ସାମ୍ନାକୁ ଆସିଛି ଅଣ୍ଡରଓ୍ୱାଲଡ ଲିଙ୍କ। ନଓ୍ୱାବ ମଲ୍ଲିକଙ୍କ ଜ୍ୱାଇଁଙ୍କ ଘରୁ ଡ୍ରଗ୍ସ ମିଳିବା ନେଇ ଫଡନାବିସ ଅଭିଯୋଗ କରିଥିବା ବେଳେ ତାଙ୍କୁ ଲିଗାଲ ନୋଟିସ ପଠାଇଛନ୍ତି ନଓ୍ୱାବ ମଲ୍ଲିକଙ୍କ ଝିଅ। ଭୁଲ ନମାଗିଲେ ଫଡନାବିସଙ୍କ ନାଁରେ ସେ ମାନହାନୀ ମକଦ୍ଦମା କରିବେ ବୋଲି ନୋଟିସରେ ଉଲ୍ଲେଖ ରହିଛି।

ସେପଟେ ଆଜି ଦ୍ୱାରକାରୁ ୩୫୦କୋଟିର ଡ୍ରଗ୍ସ ଧରାପଡ଼ିଥିବା ପରେ ଗୁଜରାଟରେ ଡ୍ରଗ୍ସ ଖେଳ ଚାଲିଛି ବୋଲି ନଓ୍ବାବ ମଲ୍ଲିକ କହିଛନ୍ତି। ଗୁଜରାଟରୁ ଟନ୍‌ ଟନ୍‌ ଡ୍ରଗ୍ସ ମିଳିଥିବା ବେଳେ ଏନସିବି ଚୁପ୍ ବସିଛି। ମାତ୍ର ମହାରାଷ୍ଟ୍ରରୁ କିଛି ଗ୍ରାମର ଡ୍ରଗ୍ସ ଜବତ କରି ବାଃ ବାଃ ନେବାକୁ ଚେଷ୍ଟା କରାଯାଉଛି ବୋଲି କହିଛନ୍ତି ନଓ୍ୱାବ। ଗୁଜରାଟରେ ଡ୍ରଗ୍ସ ଡିଷ୍ଟ୍ରିବ୍ୟୁସନର ରାକେଟ ଚାଲିଛି। ଏହାର ତଦନ୍ତ କରାଯାଉ ବୋଲି ସେ କହିଛନ୍ତି।

ମଲିକ ଅଭିଯୋଗ କରିଛନ୍ତି ଯେ ଅକ୍ଟୋବର ୮, ୨୦୧୭ ରେ ବିଆରସି ମୁମ୍ବାଇରେ ୧୪ କୋଟିରୁ ଅଧିକ ନକଲି ମୁଦ୍ରା ଜବତ କରାଯାଇଥିଲା। କିନ୍ତୁ ଫଡନାଭିସ୍ ଏହି ୧୪ ଲକ୍ଷରୁ ମାତ୍ର ୮ ଲକ୍ଷ ଜବତ କରାଯାଇଛି ବୋଲି କହିଥିଲେ। ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ DRI ଦ୍ୱାରା ଗିରଫ ହୋଇଥିବା ମୁଖ୍ୟ ବ୍ୟକ୍ତି ହାଜି ଆରାଫତ ଶେଖଙ୍କ ଭାଇ, ଯାହାଙ୍କୁ ପରେ ଫଡନାଭିସ୍ ସରକାର ଦ୍ୱାରା ସଂଖ୍ୟାଲଘୁ ଆୟୋଗର ଅଧ୍ୟକ୍ଷ କରାଯାଇଥିଲା।

Latest Posts

Don't Miss