ଉତ୍କଳ ଆଲୁମିନାର ସମ୍ପ୍ରସାରିତ ରିଫାଇନାରୀର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

1 min read
Extended Alumina Refinery of Utkal Alumina Inaugurates By CM Naveen Patnaik

ଭୁବନେଶ୍ୱର: ଭିଡିଓ କନଫରେନ୍ସିଂ ଯୋଗେ କାଶୀପୁରସ୍ଥିତ ଉତ୍କଳ ଆଲୁମିନାର ସମ୍ପ୍ରସାରିତ ରିଫାଇନାରୀର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ ଆଦିତ୍ୟ ବିର୍ଲା ଗ୍ରୁପ୍ ୧୫୦୦ କୋଟି ଟଙ୍କା ନିବେଶ କରିଛି । ସମ୍ପ୍ରସାରଣ ପରେ ବାର୍ଷିକ ଆଲୁମିନା ଉତ୍ପାଦନ ୦.୫ ମିଲିଅନ୍ ଟନରୁ ୨ ମିଲିଅନ୍ ଟନକୁ ବୃଦ୍ଧି ପାଇଛି । ଏହି ନୂଆ ୟୁନିଟରେ ୫୦୦ରୁ ଅଧିକ ଲୋକଙ୍କୁ ନିଯୁକ୍ତି ମିଳିବ । ଓଡ଼ିଶାରେ ଆଦିତ୍ୟ ବିର୍ଲା ଗ୍ରୁପରେ ୧୨ ହଜାରରୁ ଅଧିକ ଲୋକ କାମ କରୁଛନ୍ତି ।

କରୋନା କାଳରେ ସମ୍ପ୍ରସାରିତ ୟୁନିଟକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ଖୁସିବ୍ୟକ୍ତ କରିଛନ୍ତି । ମହାମାରୀ ପ୍ରଭାବରୁ ଅର୍ଥନୀତି ମୁକ୍ତ ହୋଇ ଅଭିବୃଦ୍ଧି ଆଡ଼କୁ ବଢ଼ୁଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ମେଟାଲ୍, ମାଇନିଂ. ସିମେଣ୍ଟ, ଆର୍ଥିକ ସେବା, ଫାସନ ଓ ରିଟେଲ ଶିଳ୍ପ କ୍ଷେତ୍ରରେ ଆଦିତ୍ୟ ବିର୍ଲା ପ୍ରମୁଖ ଭୂମିକା ଗ୍ରହଣ କରିଛି । ଶିକ୍ଷା, ସ୍ୱାସ୍ଥ୍ୟ ଓ ଜୀବନଜୀବିକା କ୍ଷେତ୍ରରେ ମଧ୍ୟ ଆଦିତ୍ୟ ବିର୍ଲା ଗ୍ରୁପର ଅଂଶଗ୍ରହଣ ରହିଛି ।

ଆୟୋଜିତ ଭର୍ଚୁଆଲ୍ କାର୍ଯ୍ୟକ୍ରମରେ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଏମଏସଏମଇ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ସହ ଆଦିତ୍ୟ ବିର୍ଲା ଗ୍ରୁପର ଅଧ୍ୟକ୍ଷ କୁମାର ମଙ୍ଗଳମ ବିର୍ଲା ଓ ହିଣ୍ଡାଲକୋ ଏମଡି ସତୀଶ ପାଇ ଯୋଗ ଦେଇଥିଲେ ।

Leave a Reply