ଫେସବୁକର ଅଢ଼େଇ ହଜାର କୋଟି କ୍ଷତି

ନନ୍ଦିଘୋଷ ବ୍ୟୁରୋ: ମଙ୍ଗଳବାର ଦେଢ଼ଘଣ୍ଟା ପାଇଁ ମେଟାର ସର୍ଭର ଡାଉନ ରହିଥିଲା । ଯେଉଁ କାରଣରୁ ଫେସବୁକ ଏବଂ ଇନଷ୍ଟାଗ୍ରାମ ଖୋଲି ନଥିଲା । ୟୁଜର୍ସମାନେ ଯାହାକୁ ନେଇ ଚିନ୍ତାରେ ପଡ଼ିଯାଇଥିଲେ । ତେବେ ମାତ୍ର କେଇ ଘଣ୍ଟାର ସର୍ଭର ଡାଉନରୁ ହଜାର ହଜାର କୋଟିର କ୍ଷତି । ଆର୍ଥିକ ସ୍ତରରେ ବଡ଼ କ୍ଷତି ସହିଛି ଜୁକରବର୍ଗଙ୍କ କଂପାନୀ ମେଟା । ମେଟା ଅଧୀନରେ ରହିଛି ଫେସବୁକ୍, ଇନଷ୍ଟାଗ୍ରାମ୍ ଓ ହ୍ବାଟ୍ସଆପ୍  । ମାର୍ଚ୍ଚ ୫ରେ ସବୁ ଆପ୍ ଡାଉନ୍ ହେବା ପରେ କଂପାନୀ ସହିଛି କ୍ଷତି । ଫେସବୁକ୍ ଫ୍ରି ଆପ୍ଲିକେସନ୍ ହୋଇଥିବାରୁ ବିଜ୍ଞାପନ ଏହାର ମୁଖ୍ୟ ଆୟ । ଭାରତ ସମେତ ସାରା ବିଶ୍ବରେ ବୁଧବାର ସନ୍ଧ୍ୟାରେ ଡାଉନ୍ ରହିଥିଲା ସର୍ଭର ।  ମେଟା ୩ ବିଲିୟନ୍ ଡଲାରର କ୍ଷତି ସହିଥିବା ବିଭିନ୍ନ ଗ୍ଲୋବାଲ୍ ରିପୋର୍ଟରେ ପ୍ରକାଶ ପାଇଛି । ମେଟା ସେୟାରରେ ମଧ୍ୟ ୧.୬ ପ୍ରତିଶତର ହ୍ରାସ ପରିଲକ୍ଷିତ ହୋଇଛି । ୨୦୨୧ରେ ସମାନ ଢଙ୍ଗରେ ଫେସବୁକ୍ ୭ ଘଣ୍ଟା କାମ କରିନଥିଲା ।