spot_img

Latest Posts

୧୦୪କୁ ଫେକ୍‌ କଲ୍‌ କରି କହିଲେ ଓଡ଼ିଶାରେ ୧୦୦ କୋଟି ମଲେଣି…

ଭୁବନେଶ୍ୱର: କରୋନାକୁ ନେଇ ସରକାରଙ୍କ ପକ୍ଷରୁ ବିଭିନ୍ନ କଡ଼ା ପଦକ୍ଷେପ ନିଆଯାଉଛି । ଏଭଳି ପରିସ୍ଥିରେ କରୋନାକୁ ନେଇ ମିଥ୍ୟା ପ୍ରଚାର କଲେ କି ଜରୁରୀକାଳୀନ କାର୍ଯ୍ୟରେ ବାଧା ସୃଷ୍ଟି କଲେ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । କିନ୍ତୁ କିଛି ଅସାମାଜିକ ବ୍ୟକ୍ତି କରୋନାର ଗମ୍ଭୀରତାକୁ ବୁଝୁ ନାହାନ୍ତି । ସେମାନଙ୍କ ପାଇଁ ଏହା ଥଟ୍ଟା ତାମସା ପାଲଟିଛି । ୧୦୪କୁ ଫେକ୍ କଲ କରିଥିବା ଅନେକ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲେ ବି କିଛି ନିଜ ଅଭ୍ୟସା ଛାଡି ପାରୁନାହାନ୍ତି । ସେମାନେ ୧୦୪କୁ ଓଲଟାପାଲଟା କଲ କରି ଜରୁରୀ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି । ଏମିତି ଜଣେ ବ୍ୟକ୍ତି ନିକଟରେ ୧୦୪କୁ କଲ କରି କହିଥିଲେ ଆଜ୍ଞା ଓଡ଼ିଶାରେ ୧୦୦ କୋଟି ଲୋକ ମରିଗଲେଣି ।

ଦୁନିଆ କରୋନାକୁ ସଂଘର୍ଷ କରୁଛି । ଭାରତର ଅର୍ଥନୀତି ଦରମଲା ହେଇସାରିଲାଣି କିନ୍ତୁ ଏହି ଅମାନିଆଙ୍କ ସେଥିରୁ କିଛି ଯାଏଆସେ ନାହିଁ । ସଡକରେ ଘରମୁହାଁ ଶ୍ରମିକ ବଳଦ ସାଜି ଶଗଡ ଟାଣୁଛନ୍ତି । କିନ୍ତୁ ଏହି ଅସମାଜିକ ବ୍ୟକ୍ତି ଘରେ ବସି ଜରୁରୀକାଳିନ ସେବାକୁ କଲ କରି ଲାଇନ୍ ବ୍ଲକ୍ କରୁଛନ୍ତି । ଖାଲି ୧୦୦ କୋଟି ମରିଗଲେଣି ଭଳି କଲ୍ ନୁହେଁ,ଆହୁରି ଏମିତି କଲ୍ ଆସୁଛି ଯାହାକୁ ଶୁଣିଲେ ଆପଣ କାନରେ ହାତ ଦେବେ । ଭାବିବେ ଆମେ କେଉଁ ସମୟରେ ଯିଉଁଛେ, ଲୋକ ମୁଠାଏ ଦାନା ପାଇଁ କାଉଲୁବାଉଲୁ ହେଉଥିବା ବେଳେ ଏଭଳି ଅସାମାଜିକ ବ୍ୟକ୍ତିଙ୍କୁ କେମିତି ମଜାମସ୍ତି କରିବାର ସମୟ ମିଳୁଛି ।

ନଜର ପକାନ୍ତୁ କିଛି କଲ୍ ଉପରେ,ଯେଉଁଥିରେ କିଏ କହୁଛି ହାଲୋ ଡାର୍ଲିଂ ତ’ କିଏ ଜିଓର ମାଗଣା ଅଫର ବାବଦରେ ଜାଣିବାକୁ ଚାହୁଁଛି ।

ପ୍ରଥମ କଲ୍‌- ହାଲୋ… ହାଲୋ ମାଡ଼ାମ ମୁଁ ତୁମ ଡାର୍ଲିଂ କହୁଛି…

ଦ୍ୱିତୀୟ କଲ୍‌- ହାଲୋ… ହାଲୋ ସାର, ମୋଦି ସରକାର କ’ଣ ଜିଓରେ ଫ୍ରି ଅଫର ଆଣିଛନ୍ତି କି ?

ତୃତୀୟ କଲ୍‌- ହାଲୋ… ହାଲୋ ମାଡାମ କାଲି ଓଡ଼ିଶାରୁ ୧୦୦ କୋଟି ଲୋକ ମରିଗଲେ…

ଚତୁର୍ଥ କଲ୍‌- ହାଲୋ… ହାଲୋ ମାଡାମ ତମ ପର୍ସନାଲ ନମ୍ବର ଟିକେ ଦଉନାହାନ୍ତି ମୋତେ ଖୁସିଲାଗିବ… ଯଦି ନମ୍ବର ନଦେବେ ତାହାଲେ ତମ ଅଫିସ୍‌କୁ କଲ କରି ସମସ୍ତଙ୍କୁ ହଇରାଣ କରିବି…

ପଞ୍ଚମ କଲ୍‌- ହାଲୋ… ହାଲୋ ମାଡାମ ମୁଁ ମଶାଣି ଚଣ୍ଡି କହୁଛି ମୋର କାସ ହେଉଛି… ମାଡାମ ମୁଁ ମଶାଣି ଚଣ୍ଡି କହୁଛି ମୋର କାଶ ହେଉଛି…

 

ଏମିତି ଦିନକୁ ହଜାର ହଜାର ଫେକ୍‌ କଲ କରି କଲ ସେଣ୍ଟର କର୍ମଚାରୀଙ୍କୁ ବାରମ୍ବାର ହଇରାଣ କରୁଥିବା ଅଭିଯୋଗ ହୋଇଛି । ପର୍ସନାଲ ନମ୍ବର ମାଗୁଥିବା ବେଳେ କଲ୍‌ସେଣ୍ଟର କର୍ମଚାରୀଙ୍କୁ ଦୁର୍ବ୍ୟବହାର କରୁଛନ୍ତି ତ  କେତେବେଳେ ନିଶାଗ୍ରସ୍ତ ଅବସ୍ଥାରେ ଫୋନ୍‌ କରୁଛନ୍ତି । ଯାହାଫଳରେ ଜରୁରୀକାଳୀନ ସେବାକୁ ବାରମ୍ବାର ଫୋନ୍‌ କରି ବାଧା ଦେଉଛନ୍ତି ଅମାନିଆ ।

Latest Posts

Don't Miss