ନକଲି ନୋଟ ରାକେଟର ପର୍ଦ୍ଦାଫାସ: ୧୩ ଲକ୍ଷ ଟଙ୍କାର ନକଲି ନୋଟ ଜବତ

ସମ୍ବଲପୁର:  ବଡ଼ ଧରଣର ନକଲି ନୋଟ୍ ରାକେଟର ପର୍ଦ୍ଦାଫାସ କରିଛି ସମ୍ୱଲପୁର ପୋଲିସ । ୭ ଦିନ ତଳେ ଟାଉନ୍‌ ଥାନା ଅଞ୍ଚଳରୁ ଏକ ନକଲି ନୋଟ୍‌ ମିଳିବା ଘଟଣାରେ ପୁଲିସ୍‌ ଖୋଳତାଡ଼ କରୁ କରୁ ପୋଲିସ ଏହି ରାକେଟର ପର୍ଦ୍ଦାଫାସ କରିଛି । ଏହି ଘଟଣାରେ ପୋଲିସ ୬ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ସେମାନଙ୍କ ନିକଟରୁ ବିପୁଳ ନକଲି ନୋଟ୍‌ ଜବତ କରିଛି । ଏହି ନୋଟ୍‌ଗୁଡ଼ିକ ମଧ୍ୟରେ ୫ଶହ, ୨୦୦ ଓ ଶହେ ଟଙ୍କିଆ ନୋଟ୍‌ ରହିଛି । ତେବେ ଜବତ ନକଲି ନୋଟ୍‌ର ପରିମାଣ ପ୍ରାୟ ୧୩ ଲକ୍ଷ ଟଙ୍କାରୁ ଅଧିକ ।  ଘଟଣା ମୁତାବକ  କିଛି ଦିନ ପୂର୍ବେ ଲକ୍ଷ୍ମୀ ଟକିଜ ଛକରେ ଏକ ଚା’ ଦୋକାନରୁ ଗୋଟିଏ ନକଲି ନୋଟ୍‌ ମିଳିଥିଲା । ଏନେଇ ଥାନାରେ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ପୁଲିସ୍‌ ଛାନ୍‌ଭିନ୍‌ କରୁ କରୁ ବରଗଡ଼ର ଭୁକ୍ତା ଦେଇ ଏହି ନୋଟ୍‌ ସମ୍ବଲପୁର ବଜାରକୁ ଆସୁଥିବା ତଦନ୍ତରୁ ଜଣାପଡ଼ିଥିଲା ।  ସୂଚନା ପାଇ ସମ୍ବଲପୁର ପୁଲିସ୍‌ ୨ଟି ଟିମ୍‌ ଗଠନ କରି ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିଲା । ଦୀର୍ଘ ୬ ଦିନ ପରେ ସମ୍ବଲପୁର ପୁଲିସ୍‌କୁ ଏହି ମିସନରେ ବଡ଼ ଧରଣର ସଫଳତା ମିଳିଛି । ଏହି ଘଟଣାରେ ପୁଲିସ୍‌ ବରଗଡ଼ର ୪ ଜଣ ଓ ଛତିଶଗଡ଼ର ୨ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି । ସେପଟେ, ଅଭିଯୁକ୍ତଙ୍କ ନିକଟରୁ ମୋଟ ୧୩ ଲକ୍ଷ ଟଙ୍କା ଜବତ ହୋଇଛି ।

Leave a Reply