spot_img

Latest Posts

ଭୂତ ରାସନ କାର୍ଡ ଘଟଣା: ଜିଲ୍ଲାପାଳଙ୍କ ନିକଟରେ ଦାଖଲ ହେଲା ତଦନ୍ତ ରିପୋର୍ଟ

ରାଉରକେଲା: ରାଉରକେଲାରେ ଭୂତ ରାସନ କାର୍ଡ ଘଟଣାର ତଦନ୍ତ ରିପୋର୍ଟ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ନିକଟରେ ଦାଖଲ ହୋଇଛି  । ଯୋଗାଣ ବିଭାଗର ପକ୍ଷରୁ ତଦନ୍ତ କରାଯାଇ ରିପୋର୍ଟ ଦାଖଲ କରାଯାଇଛି  । ରାଜ୍ୟ ସରକାର ରାସନ କାର୍ଡ ହିତାଧିକାରୀଙ୍କୁ କରୋନା ସହାୟତା ଅର୍ଥ ଏକ ହଜାର ଟଙ୍କା ଲେଖା ପ୍ରଦାନ କରିଥିଲେ ମଧ୍ୟ ରାଉରକେଲାର କିଛି ହିତାଧିକାରୀ ଅର୍ଥ ନେଇ ନଥିଲେ। ତେଣୁ ଭୂତ ରାସନ କାର୍ଡ ଥିବା ଅଭିଯୋଗ ହୋଇଥିଲା।

ଯୋଗାଣ ବିଭାଗ ତଦନ୍ତରୁ ୨ ହଜାର ୪୬୩ ଜଣ ରାସନ କାର୍ଡ ହିତାଧିକାରୀଙ୍କ ମଧ୍ୟରୁ୧ ହଜାର ୧୩୩ ଜଣ ଚିହ୍ନଟ ହୋଇଥିବାବେଳେ ବଳକା ୧ ହଜାର ୩୩୦ ଜଣ ଚିହ୍ନଟ ହୋଇ ପାରିନଥିଲେ। ଫଳରେ ୧ ହଜାର ୩୩୦ ଜଣଙ୍କ ଭୂତ ରାସନ କାର୍ଡଧାରୀ ଥିବା ସନ୍ଦେହ କରାଯାଇଥିଲା  । ୧ ହଜାର ୩୩୦ ରାସନ କାର୍ଡଧାରୀଙ୍କୁ ଯୋଗାଣ ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଛି। ଆସନ୍ତା ୭ ଦିନ ମଧ୍ୟରେ ଆଧାର କାର୍ଡ ସହ ଯୋଗାଣ ବିଭାଗ କାର୍ଯ୍ୟାଳୟରେ ହାଜର ହେବାକୁ ନୋଟିସ ଜାରି କରାଯାଇଥିବା ରାଉରକେଲା ସହକାରୀ ଯୋଗାଣ ଅଧିକାରୀ ସୂଚନା ଦେଇଛନ୍ତି ।

ଅନ୍ୟପକ୍ଷରେ ରାଉରକେଲା ସହରରେ ଅନେକ ଗରିବ ହିତାଧିକାରୀ ରାସନ କାର୍ଡ ପାଇବା ପାଇଁ ଯୋଗାଣ ବିଭାଗ କାର୍ଯ୍ୟାଳୟରେ ଆବେଦନ କରୁଥିଲେ ମଧ୍ୟ ରାସନ କାର୍ଡ ପାଉନଥିବା ଅଭିଯୋଗ ହେଉଛି । ରାଉରକେଲା ସହରରେ ଭୂତ ରାସନ କାର୍ଡ ଥିବା ନେଇ ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ପରେ ସୁନ୍ଦରଗଡ଼ ଜିଲ୍ଲାପାଳ ଯୋଗାଣ ବିଭାଗକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

Latest Posts

Don't Miss