spot_img

Latest Posts

ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗରେ ପରିବାର ଏସପିଙ୍କ ଦ୍ୱାରସ୍ତ

ବଲାଙ୍ଗିର: ବଙ୍ଗୋମୁଣ୍ଡା ଥାନାରୁ ନ୍ୟାୟ ନ ପାଇ ଏସପିଙ୍କ ଦ୍ୱାରସ୍ତ ହୋଇ ନ୍ୟାୟ ଭିକ୍ଷା କରିଛନ୍ତି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ  ଗଞ୍ଜାବାହାଲ ଗାଁର ବଛା ପରିବାର ।

ସୂଚନା ଅନୁଯାୟୀ, ଗଞ୍ଜାବାହାଲ ଗାଁର ଗଣପତି ବଛାଙ୍କ ମୃତଦେହ ଗତ ୭ ତାରିଖ ସକାଳେ ଭାଲୁମୁଣ୍ଡା-ବେଲପଡା ରାସ୍ତାର ଗଞ୍ଜାବାହାଲ ଛକ ନିକଟ ରାସ୍ତାକଡରୁ ସନ୍ଦେହଜନକ ଭାବେ ଉଦ୍ଧାର ହୋଇଥିଲା । ପୋଲିସ ଏହାକୁ ଏକ ଦୁର୍ଘଟଣା ଜନିତ ମୃତ୍ୟୁ ବୋଲି କହୁଥିବା ବେଳେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ଦାବି କରିଥିଲେ।

କେବଳ ଏତିକି ନୁହେଁ ସୁଶିଲ ମେହେର ନାମକ ଜଣେ ବ୍ୟକ୍ତି ତାର ସହଯୋଗୀଙ୍କ ସହ ମିଶି ଗଣପତିକୁ ହତ୍ୟା କରି ଦୁର୍ଘଟଣାର ରୂପ ଦେଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏପରିକି ହତ୍ୟା ମାମଲା ରୁଜୁ ସହ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବା ଦାବିରେ ବଛା ପରିବାର ଓ ଗ୍ରାମବାସୀ ଗତ ୧୯ ତାରିଖରେ ବଙ୍ଗୋମୁଣ୍ଡା ଥାନା ଘେରାଉ ସହ ଧାରଣା ଦେଇଥିଲେ।

ତେବେ ବଙ୍ଗୋମୁଣ୍ଡା ପୋଲିସ ନିକଟରୁ ନ୍ୟାୟ ନ ପାଇବାରୁ ପରିଶେଷରେ ଏହି ପରିବାର ଆଜି ବଲାଙ୍ଗିର ଏସପିଙ୍କ ଦ୍ୱାରସ୍ତ ହୋଇଛନ୍ତି।

ଅପରପକ୍ଷେ ସଟ୍ଟା ଖେଳରେ ଜିତିଥିବା ଟଙ୍କା ଦେବାକୁ ଗତ ୬ ତାରିଖ ସଂଧ୍ୟାରେ ସୁଶିଲ ମେହେର ଗଣପତିକୁ ଫୋନ୍ କରି ଡାକିଥିଲା । ରାତିରେ ଏକ ଢାବାରେ ଭୋଜିଭାତ ପରେ ସୁଶିଲ ଯୋଜନାବଦ୍ଧ ଭାବେ ଗଣପତିକୁ ହତ୍ୟା କରିଥିବା ନେଇ ମୃତ ଗଣପତିଙ୍କ ବଡଭାଇ ନରେନ୍ଦ୍ର ବଛା ଅଭିଯୋଗ କରିଛନ୍ତି।

ଏହି ଘଟଣାର ଆବଶ୍ୟକ ତଦନ୍ତ ସହ ଅଭିଯୁକ୍ତ ମାନଙ୍କୁ ଗିରଫ କରି ନ୍ୟାୟ ପ୍ରଦାନ କରିବାକୁ ବଛା ପରିବାର ବଲାଙ୍ଗିର ଏସପିଙ୍କ ନିକଟରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି।

Latest Posts

Don't Miss