ବଲାଙ୍ଗୀର: ଆଜି ପ୍ରସିଦ୍ଧ ଶୁଲିଆ ଯାତ୍ରା । ବଲାଙ୍ଗୀର ଜିଲ୍ଲା କୁଳିତାପଡା ପଞ୍ଚାୟତର ଖଇରଗୁରାର ବଡ଼ଖଳା ଓ କୁମୁରିଆର ସାନଖଳାଠାରେ ଯାତ୍ରା ଅନୁଷ୍ଠିତ ହୋଇଛି । ପ୍ରତିବର୍ଷ ଏହି ପରମ୍ପରାକୁ ପୌଷ ମାସ ଶୁକ୍ଳପକ୍ଷ ପ୍ରଥମ ମଙ୍ଗଳବାର ଦିନ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ ପ୍ରଥମ ମଙ୍ଗଳବାର ପ୍ରତିପଦା ସୂର୍ଯ୍ୟ ଦର୍ଶନ ଥିବାରୁ ଆଜି ଦ୍ବିତୀୟ ମଙ୍ଗଳବାର ପାଳନ କରାଯାଉଛି ।

କୋଭିଡ କଟକଣାରେ ଯାତ୍ରା ପାଳନ କରିବା ପାଇଁ ଭକ୍ତ ଓ ମାନସିକଧାରୀଙ୍କୁ ଅପିଲ କରିଛି ଆଞ୍ଚଳିକ ଶୁଲିଆ ଯାତ୍ରା କମିଟି । ଦେବ ନିମନ୍ତ୍ରଣ ପରେ ଆଜି ଭୋରରୁ ନିଶି ପୂଜା ସରିଛି । ଆଉ କିଛି ସମୟ ପରେ ଖଳାରେ ଶୁଲିଆ ବୁଢାକୁ ପୂଜାର୍ଚ୍ଚନା ପରେ ପ୍ରଥମେ ନଡ଼ିଆ ଭୋଗ ଲଗାଯିବ ତା ପରେ ପ୍ରଥମ ବଳି ଭାବେ କୁକୁଡ଼ା ବଳି ପଡିବ ।

କୋଭିଡ କଟକଣାରେ ପାଳନ ସହ ଲୋକଙ୍କୁ ସଚେତନ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ୨ଜଣ ମାଜିଷ୍ଟ୍ରେଟଙ୍କ ସହ ୧୦ଜଣ ବରିଷ୍ଠ ପୋଲିସ ଅଧିକାରୀ ଓ ୪ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

Leave a Reply