୧୭ ମିନିଟର ଭାଷଣରେ ୩୭ ଥର ଚାଷୀଙ୍କୁ ମନେ ପକାଇଲେ ମୋଦି

1 min read

ନୂଆଦିଲ୍ଲୀ: ଆଜି ସକାଳୁ ଏକ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ସଂସଦରେ ପାରିତ ହୋଇଥିବା ୩ଟି କୃଷ ଆଇନକୁ ପ୍ରତ୍ୟାହାର ନେଇ ନିଷ୍ପତି ନେଇଛନ୍ତି ମୋଦି ସରକାର । କୃଷି ଆଇନକୁ ନେଇ ଦୀର୍ଘ  ୧୯ ମାସ ଧରି ଚାଲି ଆସୁଥିବା ଆନ୍ଦୋଳନ ଉପରେ ପୂର୍ଣ୍ଣଚ୍ଛେଦ ଟାଣିଛି କେନ୍ଦ୍ର ସରକାର । କେନ୍ଦ୍ର ଦ୍ବାରା ପାରିତ ହୋଇଥିବା ତିନୋଟି କୃଷି ଆଇନ ବିରୋଧରେ ଲଗାତର ଭାବରେ ବିରୋଧ କରୁଥିଲେ କୃଷକ ସଂଗଠନ । କେନ୍ଦ୍ର ସରକାରଙ୍କ ବହୁ ଆଲୋଚନା ପରେ ବି କୃଷି ଆଇନ ହଟାଇବା ଜିଦିରେ ଅଡି ବସିଥିଲେ ଚାଷୀ ସଂଗଠନ । ବହୁ ଆନ୍ଦୋଳନ ଓ ରାଲି ପରେ ମଧ୍ୟ ଏହାକୁ ପ୍ରତ୍ୟାହାର କରିନଥିଲା କେନ୍ଦ୍ର ସରକାର । କିନ୍ତୁ ଆଜି ହଠାତ ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିବା ସମୟରେ କୃଷି ଆଇନ ପ୍ରତ୍ୟାହାର ନେଇ ନିଷ୍ପତି ନେଇଛନ୍ତି ।

ଆଜିଠାରୁ ତିନିଦିନିଆ ଉତ୍ତର ପ୍ରଦେଶ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା ପ୍ରଧାନମନ୍ତ୍ରୀଙ୍କର । କିନ୍ତୁ ଆଜି ସକାଳେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଏକ ଟୁଇଟ୍ ହେଲା କି ଆଜି ୯ ’ରେ ଦେଶବାସୀଙ୍କ ସମ୍ବୋଧିତ କରିବେ ମୋଦି । ଏହି ଟୁଇଟ ପରେ କ’ଣ କହିବେ ଆଜି ମୋଦି ତାହାକୁ ସମସ୍ତେ ଚାହିଁ ବସିଥିଲେ । ତେବେ  ଆଜି ଦେଶକୁ ସମ୍ବୋଧିତ କରିବା ସମୟରେ ୧୭ ମିନିଟରେ ୩୭ ଥର କୃଷକଙ୍କ କଥା କହିଥିଲେ । ସେ ସମ୍ବୋଧନ ସମୟରେ କହିଥିଲେ କି ଆମ ସରକାର ଦେଶର କୃଷକଙ୍କ ପାଇଁ ପୂରା ତାକତ ସହ କାମ କରିବ ବୋଲି କହିଥିଲେ ।

ମୋଦି ଆଜି ତାଙ୍କ ସମ୍ବୋଧନରେ କହିଥିଲେ କି ମୁଁ ଦେଶବାସୀଙ୍କୁ କ୍ଷମା ମାଗୁଛି, ମୁଁ ଆନ୍ତରିକତାର ସହ କହୁଛି କି ଏହି ଆଇନରେ ହୁଏତ କିଛି ଭୁଲ ରହିଯାଇଥିଲା ଯାହା ପାଇଁ ଆମେ ଅନୁତାପ କରୁଛି । ଆମେ କିଛି କୃଷକ ଭାଇମାନଙ୍କୁ ବୁଝାଇ ପାରିଲୁ ନାହିଁ । ଆଜି ହେଉଛି ଗୁରୁ ନାନକଙ୍କର ପ୍ରକାଶ ପର୍ବ । ଆଜି ମୁଁ ପୂରା ଦେଶକୁ ଏହା କହିବାକୁ ଆସିଛି କି ଆମେ ଏହି ତିନୋଟି କୃଷି ଆଇନକୁ ପ୍ରତ୍ୟାହାର କରିବା ପାଇଁ ନିଷ୍ପତି ନେଇଛୁ । ଏହି ତିନୋଟି କୃଷି ଆଇନ ରଦ୍ଦ କରିବା ପାଇଁ ଆମେ ଶୀଘ୍ର ସାମ୍ବିଧାନିକ ପ୍ରକ୍ରିୟା ଆରମ୍ଭ କରିବୁ ବୋଲି ଆଜି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Leave a Reply