କୃଷି ଆଇନକୁ ପ୍ରତ୍ୟାହାର ନକରିବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି କହିଲେ ଆନ୍ଦୋଳନରତ ଚାଷୀ

MSP, Farmer Getting How Much

 ନୂଆଦିଲ୍ଲୀ: ନା ପ୍ରତ୍ୟାହାର ହେଉଛି ନୂଆ କୃଷି ଆଇନ୍  । ନା ନିଜ୍ ଜିଦରୁ ହଟୁଛନ୍ତି ଚାଷୀ  । ଏହାରି ମଧ୍ୟରେ ୭୦ ଦିନରୁ ଉର୍ଦ୍ଧ ଦିନ ଧରି ଜାରି ରହିଛି ଅନ୍ନଦାତାଙ୍କ ଆନ୍ଦୋଳନ । କେନ୍ଦ୍ର ସରକାରଙ୍କ ତିନି କୃଷି ଆଇନ୍ ବିରୋଧରେ ଜାରି ରହିଛି ଚାଷୀଙ୍କ ଆନ୍ଦୋଳନ  । ହଜାର ହଜାର ଚାଷୀ ଗାଜିପୁର, ଟିକରି ଓ ସିଂଘୁ ସୀମାରେ ଆନ୍ଦୋଳନରେ ବସି ରହିଛନ୍ତି  । କୃଷି ଆଇନକୁ ପ୍ରତ୍ୟାହାର କରିନେବା ପାଇଁ ଆନ୍ଦୋଳନରତ ଚାଷୀମାନେ ଅକ୍ଟୋବର ୨ ଯାଏ ସମୟ ଦେଇଛନ୍ତି।

ଚାଷୀମାନଙ୍କ ଦାବି ପୂରଣ ନହେବା ଯାଏଁ ଅନ୍ତତଃ ଆଗାମୀ ଅକ୍ଟୋବର ୨ ଯାଏ ସେମାନଙ୍କ ଆନ୍ଦୋଳନ ଏପରି ଜାରି ରହିବ ବୋଲି ଭାରତୀୟ କିଷାନ ୟୁନିଅନ୍‌(ବିକେୟୁ) ନେତା ରାକେଶ ଟିକାୟତ କହିଛନ୍ତି । ଅପରପକ୍ଷେ, ଚାପରେ ରହି ଚାଷୀ ନେତାମାନେ ସରକାରଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିପାରୁନାହାନ୍ତି। ତେଣୁ ଯେ ପର୍ଯ୍ୟନ୍ତ କେନ୍ଦ୍ର ସରକାର ତିନି କୃଷି ଆଇନ୍ ପ୍ରତ୍ୟାହାର ନ କରିଛନ୍ତି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି  ।

ସେପଟେ ଗତକାଲି ୩ଘଣ୍ଟିଆ ଚକାଜାମ ଡାକରା ଦେଇଥିଲେ କୃଷକ ସଂଘ ଯାହା ଚିନ୍ତା ବଢାଇଛି କେନ୍ଦ୍ର ସରକାରଙ୍କର । ଏହାସହ  ଚାଷୀ ଆନ୍ଦୋଳନ ବଢିବା ଭୟରେ ଯେଭଳି ବାହାର ରାଜ୍ୟରୁ ଅଧିକ ଚାଷୀ ଆନ୍ଦୋଳସ୍ଥଳକୁ ନ ଆସି ପାରିବେ ସେ ନେଇ ୧୨ ଥାକିଆ ବ୍ୟାରିକେଡ୍ ବ୍ୟବସ୍ଥା କରିଛି ଦିଲ୍ଲୀ ପୋଲିସ  । କେବଳ ଏତିକି ନୁହେଁ ଆନ୍ଦୋଳନରେ ବସିଥିବା ଚାଷୀଙ୍କୁ ମିଳୁଥିବା ସମସ୍ତ ସୁବିଧା ପ୍ରତ୍ୟାହାର କରି ନେଇଛି ସ୍ଥାନୀୟ ପ୍ରଶାସନ  ।

Leave a Reply