ବୈଠକ ପରେ ବସୁଛି ବୈଠକ କିନ୍ତୁ ବାହାରିପାରୁନି ସମାଧାନର ବାଟ

ନୂଆଦିଲ୍ଲୀ: ବୈଠକ ପରେ ବୈଠକ ବସୁଛି ହେଲେ ସମାଧାନର ବାଟ ବାହାରିପାରୁନି । ଦଶ ଦଶ ଥର ବୈଠକ ପରେ ବି କେନ୍ଦ୍ର ସରକାର ଓ ଚାଷୀଙ୍କ ମଧ୍ୟରେ କୌଣସି ସମାଧାନ ବାହାରି ପାରୁନି । ଗତକାଲି ବସିଥିବା ବୈଠକରେ କେନ୍ଦ୍ର ସରକାର ଦେଇଥିବା ପ୍ରସ୍ତାବ ଉପରେ ବିଚାର କରିବ ଚାଷୀ ସଙ୍ଗଠନ। ଏନେଇ ଆଜି ଚାଷୀ ସଙ୍ଗଠନର ବୈଠକ ହେବ। ଦେଢ ବର୍ଷ ପାଇଁ ନୂଆ କୃଷି ଆଇନକୁ ସ୍ଥଗିତ ରଖିବା ପାଇଁ ଚାଷୀ ସଙ୍ଗଠନକୁ ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ର ସରକାର।

ଏଥିସହ ସରକାର ଏକ କମିଟି ଗଠନ କରିବେ ବୋଲି ପ୍ରସ୍ତାବ ମଧ୍ୟ ଦେଇଛନ୍ତି । ଆସନ୍ତା ୨୨ ତାରିଖରେ ହେବ ସରକାର ଓ ଚାଷୀଙ୍କ ମଧ୍ୟରେ ଆଗାମୀ ବୈଠକ । ସେହି ଦିନ ସରକାରଙ୍କ ପ୍ରସ୍ତାବ ଉପରେ ଜବାବ ଦେବେ ଚାଷୀ ସଙ୍ଗଠନ । ସେପଟେ ଚାଷୀଙ୍କ ଟ୍ରାକ୍ଟର ରାଲି ପ୍ରସଙ୍ଗରେ ହାତ ଟେକିଦେଲେ ସୁପ୍ରିମକୋର୍ଟ ।

ମାମଲାରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି କୋର୍ଟ । ଟ୍ରାକ୍ଟର ରାଲି କରାଯିବ କି ନାହିଁ ସେନେଇ ନିଷ୍ପତ୍ତି ନେବ ଦିଲ୍ଲୀ ପୋଲିସ ।ଜାନୁଆରୀ ୨୬ରେ ଟ୍ରାକ୍ଟର ରାଲି କରିବା ଜିଦରେ ଅଟଳ ରହିଛନ୍ତି ଚାଷୀ ନେତା । ନୂଆ କୃଷି ଆଇନକୁ ବିରୋଧ କରି ଦୀର୍ଘ ଦିନ ଧରି ଆନ୍ଦୋଳନରେ ବସି ରହିଛନ୍ତି ଚାଷୀ ।

Leave a Reply