ଶମ୍ଭୁ ସୀମାରେ ସିମେଣ୍ଟ କାନ୍ଥ ଭାଙ୍ଗିଲେ କୃଷକ!

ନନ୍ଦିଘୋଷ ବ୍ୟୁରୋ: ଏମଏସପି ବୃଦ୍ଧି ସାଙ୍ଗକୁ ବିଭିନ୍ନ ପ୍ରସଙ୍ଗ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜିଛନ୍ତି କୃଷକ । ଶମ୍ଭୁ ସୀମରେ କୃଷକଙ୍କ ଆନ୍ଦୋଳନ ଚାଲିଥିବାବେଳେ ମଙ୍ଗଳବାରଠାରୁ ଦିଲ୍ଲୀ ଅଭିମୁଖେ ବାହାରିବେ ଚାଷୀ । ଯେଉଁଠି ପାଇଁ ପ୍ରସ୍ତୁତି ଆରମ୍ଭ କରାଯାଇଛି । ତେବେ ଶମ୍ଭୁ ସୀମାରେ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବଳୟ କରାଯାଇଛି । ଚାଷୀଙ୍କୁ ଅଟକାଇବା ପାଇଁ ସିମେଣ୍ଟ କାନ୍ତ ମଧ୍ୟ ରହିଛି । ତେବେ ଏହି କାନ୍ଥକୁ ଭାଙ୍ଗିବା ପାଇଁ ଚାଷୀମାନେ ଅସ୍ତ୍ର ସହ ମେସିନ ଆଣିଥିବା ଦେଖିବାକୁ ମିଳିଛି । କୃଷକ ନେତା ନବଦୀପ ଜଲବେଡା ପୋକଲେନ ମେସିନ ଧରି ଶମ୍ଭୁ ସୀମାରେ ପହଞ୍ଚିଛନ୍ତି । ପ୍ରଶାସନ ପକ୍ଷରୁ ରହିଥିବା ଏହି ସିମେଣ୍ଟ କାନ୍ଥକୁ ଭାଙ୍ଗି ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ବୋଲି ସୂଚନା ମିଳିଛି ।

ଚାଷୀମାନେ କହିଛନ୍ତି କି, ସରକାର ସେମାନଙ୍କ କଥାକୁ ଶୁଣୁନାହାନ୍ତି । ସରକାର ୨୩ ଫସଲ ଉପରେ ଏମଏସପି ବୃଦ୍ଧି କରିବା ଉଚିତ । ସରକାରଙ୍କ ପ୍ରସ୍ତାବରେ କୃଷକଙ୍କର କୌଣସି ଲାଭ ହେଉନାହିଁ । କିନ୍ତୁ ସରକାର ଆମ ସହ କୌଣସି ଆଲୋଚନା କରୁନାହାନ୍ତି । ଆମେ ଆଲୋଚନା କରିବା ପାଇଁ ସବୁବେଳେ ପ୍ରସ୍ତୁତ ରହିଛୁ । ସରକାର ଆମ ପ୍ରସ୍ତାବରେ ରାଜି ହୁଅନ୍ତୁ କିମ୍ବା ଦିଲ୍ଲୀରେ ଆମକୁ ଶାନ୍ତିରେ ଆନ୍ଦେଳାନ କରିବାକୁ ଦିଅନ୍ତୁ । ଆମର ସମସ୍ତ କୃଷକ ଭାଇଙ୍କୁ ଅନୁରୋଧ କରାଯାଇଛି କି, ସେମାନେ କୌଣସି ହିଂସ କରିବେ ନାହିଁ ।