ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ମୁରିବାହାଲ ବ୍ଲକ ଡଙ୍ଗରପଡା ପଞ୍ଚାୟତ ଦନ୍ଦରା ଗାଁରେ ଚାଷୀ ଆତ୍ମହତ୍ୟା ଅଭିଯୋଗ ଘଟଣା। ଘଟଣାର ତଦନ୍ତ ପାଇଁ ଗାଁରେ ପହଞ୍ଚିଲେ ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ ସହ ଅନ୍ୟ ଅଧିକାରୀ। ବର୍ଷାଭାବ ଯୋଗୁଁ ଚାଷ କାର୍ଯ୍ୟ ଧିମେଇ ପଡିଥିବା ବେଳେ କରଜ ସୁଝିବା ଚିନ୍ତାରେ ଜମିରେ ବିଷ ପିଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ମୃତକ ହେଲେ ବଙ୍ଗୋମୁଣ୍ଡା ଥାନା ଦନ୍ଦରା ଗ୍ରାମର ଚାଷୀ ରାଜକୁମାର ପାତ୍ର । ପରିବାର ଓ ସମ୍ପର୍କୀୟଙ୍କ ସହଯୋଗ ରେ ଗୁରୁତର ଅବସ୍ଥାରେ କଣ୍ଟାବାଞ୍ଜି ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଜମିରେ ଚାଷ ସହିତ ଛତୁ ଚାଷ ପାଇଁ କରଜ କରିଥିଲେ । ଆତ୍ମହତ୍ୟା ପରେ ତାଙ୍କ ସ୍ତ୍ରୀ ଓ ଝିଅ ଅସହାୟ ହୋଇପଡ଼ିଛନ୍ତି ।

