spot_img

Latest Posts

ଗଛ ଉପରେ ରାତି କାଟୁଛନ୍ତି ଚାଷୀ

ସୋର: ବନ୍ୟଜନ୍ତୁଙ୍କ ଉତ୍ପାତ ପାଇଁ ଗଛ ଉପରେ ରାତି କାଟୁଛନ୍ତି ଚାଷୀ। ଗଛ ଉପରେ ନିର୍ମିତ ଅସ୍ଥାୟୀ ମଞ୍ଚ ପାଲଟିଛି ଚାଷୀଙ୍କ ଆବାସ। ରାତି ଦିନ ଏକ କରି ମଞ୍ଚ ଉପରେ ଧାନ ଫସଲକୁ ସୁରକ୍ଷା ଦେବା ପାଇଁ ଫସଲ କୁ ଜଗି ରହିଛନ୍ତି ଚାଷୀମାନେ। ଚାଷୀଙ୍କୁ ଅତିଷ୍ଟ କରିଛନ୍ତି ଜଙ୍ଗଲୀ ଜନ୍ତୁ । ବର୍ଷ ଯାକର ପରିଶ୍ରମ ରାତିରେ ମିଳେଇଯାଉଛି । ଫସଲ ଖାଇଯାଉଛନ୍ତି ବାରାହା, ହାତୀ । ଫଳରେ ଏବେ ନିଜ ଫସଲକୁ ସୁରକ୍ଷା ଦେବାକୁ ଗଛ ଉପରେ କୁଡିକରି ରହୁଛନ୍ତି ବାଲେଶ୍ଵର ଜିଲ୍ଲା ଗଡ଼ସାହି ଗାଁର ଚାଷୀ । ପାହାଡ଼ ପାଦ ଦେଶରେ ଥିବା ଧାନ କ୍ଷେତରେ ଜଙ୍ଗଲ ଜନ୍ତୁଙ୍କ ପାଦୁର୍ଭାଵ ବଢିଚାଲିଛି । ସେଥିପାଇଁ ଚାଷୀ ମାନେ ଫସଲକୁ ରକ୍ଷା  କରିବା ପାଇଁ ଦିନ ରାତି ଏକ କରି ଗଛ ଉପରେ ଜଗି ରହୁଛନ୍ତି । ଚାଷୀମାନେ ଚାଷ ସମୟରେ ଘରକୁ ଭୁଲି କ୍ଷେତର ଜଗୁଆଳି ସାଜିଛନ୍ତି  ।  ଗଛ ଉପରେ ଏକ ମଞ୍ଚା କରି ରହିଛନ୍ତି । ତେବେ ନିଜ ଫସଲ ସୁରକ୍ଷା ପାଇଁ ଏବେ ବନ ବିଭାଗର ସହାୟତା ଲୋଡିଛନ୍ତି ଚାଷୀ  । ବନ କର୍ମଚାରୀ ଫସଲ ସୁରକ୍ଷା ପାଇଁ ବିକଳ୍ପ ବ୍ୟବସ୍ଥା କରିବାକୁ ଦାବି ହୋଇଛି  ।

 

Latest Posts

Don't Miss