spot_img

Latest Posts

ଟ୍ରାକ୍ଟର ରାଲି ନେଇ ରାଜଭବନ ଯିବାକୁ ପ୍ରସ୍ତୁତ ହେଉଛନ୍ତି କୃଷକ

ଲକ୍ଷ୍ନୌ: ନୂଆ କୃଷି ଆଇନକୁ ବିରୋଧ କରି ଚାଷୀଙ୍କ ଆନ୍ଦୋଳନ ୨ମାସ ପୁରିବାକୁ ବସିଛି । ଇତିମଧ୍ୟରେ କେନ୍ଦ୍ର ସରକାର-ଚାଷୀଙ୍କ ମଧ୍ୟରେ ୧୧ଥର ବୈଠକ ବସିଥିଲେ ବି ସମାଧାନର ବାଟ ବାହାରି ପାରିନି। ଏହା ଭିତରେ ଦିଲ୍ଲୀରେ ୨୬ରେ ଟ୍ରାକ୍ଟର ରାଲି କରାଯିବା ନେଇ ଅଡ଼ିବସିଛନ୍ତି କୃଷକ ସଂଗଠନ। ଟ୍ରାକ୍ଟର ରାଲି ନେଇ ଆଜି ଚାଷୀ ନେତା ଓ ଦିଲ୍ଲୀ ପୋଲିସ ମଧ୍ୟରେ ବୈଠକ ବସିବାକୁ ଥିବାବେଳେ ଲକ୍ଷ୍ନୌରେ ଟ୍ରାକ୍ଟର ରାଲି ନେଇ ରାଜଭବନ ଯିବାକୁ ପ୍ରସ୍ତୁତ ହେଉଛନ୍ତି କୃଷକ।

ଶନିବାର ଲକ୍ଷ୍ନୌରେ କୃଷକଙ୍କ ଏକ ସମୂହ ଆଜି ରାଜ୍ୟପାଳଙ୍କୁ ଭେଟି ଟ୍ରାକ୍ଟର ରାଲି ପାଇଁ ତାଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିବେ। ଭାରତୀୟ କିସାନ ୟୁନିଅନର ନେତୃତ୍ୱରେ ଏହି ସ୍ମାରକପତ୍ର ପ୍ରଦାନ କରାଯିବ। ଏହି କୃଷକମାନେ ନୂଆ କୃଷି ଆଇନକୁ ବିରୋଧ କରି ଦିବା ୧ ଘଟିକାରେ ଟ୍ରାକ୍ଟର ରାଲି କରି ରାଜ ଭବନକୁ ଯିବାକୁ ପ୍ରସ୍ତୁତ ହେଉଛନ୍ତି। ଏହି ସମସ୍ତ କୃଷକ ତିନୋଟି କୃଷି ଆଇନ ପ୍ରତ୍ୟାହାର କରିବାକୁ ଦାବି କରୁଛନ୍ତି। ଏଥି ସହିତ ଆଜି ଅପରାହ୍ଣ ଚାରିଟାରେ ସଂଯୁକ୍ତ କିସାନ୍ ମୋର୍ଚ୍ଚାର ଏକ ଜରୁରୀ ବୈ ଠକ ବି ଡକାଯାଇଛି। ଏହି ସିଙ୍ଗୁ ସୀମାରେ ଅବସ୍ଥିତ କାଜରିଆ ଟାଇଲ୍ସ ହଲରେ ଏହି ବୈଠକ ହେବ । ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଚାଷୀ କହିଛନ୍ତି।

Latest Posts

Don't Miss