ଚାଷୀଙ୍କ ଚିନ୍ତା ପାଲଟିଛି ସାର କଳାବଜାରୀ: ନକଲି ସାର ନେଇ ହେଉଛନ୍ତି ହତାଶ

ବଲାଙ୍ଗିର: ଚାଷୀଙ୍କ ଚିନ୍ତା ପାଲଟିଛି ସାର କଳାବଜାରୀ । ନକଲି ସାର ନେଇ ହେଉଛନ୍ତି ହତାଶ । ସମସ୍ୟାର ସମାଧାନ କରିବା ପୃତିଶୃତି ଦେଇ ନିଘୋଡ ନଦ୍ରାରେ କୃଷି ବିଭାଗ । ବଲାଙ୍ଗୀର ଜିଲ୍ଲାରେ ଚଳିତ ବର୍ଷ ଭଲ ବର୍ଷା ହେବାରୁ ଖରିଫ ଚାଷ ଫୁଲ ଦମରେ ଆରମ୍ଭ କରିଛନ୍ତି ଚାଷୀ । ଏହି ସମୟରେ ବଜାରରେ ସାରର ଅଭାବୀ ବିକ୍ରି ଫାଇଦା ନେଇ ଅସାଧୁ ବ୍ୟବସାୟୀ ଗାଁ ଗାଁରେ ନକଲି ସାର୍ ଅଧିକ ଦାମରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି । ନକଲି ସାରକୁ ବାଧ୍ୟବାଧକତାରେ ଉଚ୍ଚା ଦରରେ କିଣୁଥିବା ଚାଷୀ ମାନେ ଅଭିଯୋଗ ଆଣିଛନ୍ତି । ଚାଷୀଙ୍କୁ ସୁଲଭ ମୂଲ୍ୟରେ ସାର ଯୋଗାଇ ଦେବା ପାଇଁ ଲାଇସେନ୍ସପ୍ରାପ୍ତ ବିତରକ ଓ ପେସ୍କ ଗୁଡିକକୁ ଦାୟିତ୍ଵ ଦିଆଯାଇଛି । ହେଲେ ଫଳ ଶୂନ । ଏନେଇ କୃଷକ ନେତା ମାନେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ଠାରେ ଅଭିଯୋଗ ମଧ୍ୟ କରିଛନ୍ତି । କିନ୍ତୁ କୃଷି ବିଭାଗ ଚଢାଉ ବଦଳରେ ଟିମ ଗଠନ କରି ଅଜଣା ଚାଉଳର ଭାତ ଖାଉଛି ।
ଚଳିତ ବର୍ଷ ଖରିଫ ଋତୁରେ 3 ଲକ୍ଷ,42 ହଜାର 890 ହେକ୍ଟର ଜମିରେ ଚାଷ ଆରମ୍ଭ ହୋଇଛି । ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପାଇଁ ଚାଷ ଜମି ଜଳସେଚିତ ହୋଇଥିବାରୁ ସେହି ଅଞ୍ଚଳ ଗୁଡିକରେ 3 ଲକ୍ଷ ହେକ୍ଟର ଜମିରେ ଚାଷ କରାଯିବା ପାଇଁ ଲକ୍ଷ୍ୟ ରହିଛି । ହେଲେ ସାରର ଘୋର ଅଭାବ ଚାଷୀକୁ ଚିନ୍ତାରେ ପକାଇଛି । ଜିଲ୍ଲାର 14 ଗୋଟି ବ୍ଲକ ଅଞ୍ଚଳରେ ସାର କଳା ବଜାରୀ ସହ ନକଲି ସାର ବିକ୍ରି ଚାଲିଥିବା ଅଭିଯୋଗ ଆଣିଛନ୍ତି ଚାଷୀ ନେତା । ଜିଲ୍ଲାରେ 9171.344 ମେଟ୍ରିକ୍ ଟନ୍ ୟୁରିଆ ସାର, 3990.618 ମେଟ୍ରିକ୍ ଟନ୍ ଡିଏପି, 1964.919 ମେଟ୍ରିକ୍ ଟନ୍ ଏମଓପି, 7347.090 ମେଟ୍ରିକ୍ ଟନ୍ ଏନପିକେଏସ, 380.850 ମେଟ୍ରିକ୍ ଟନ୍ ଏସଏସପି ସାର ଜିଲ୍ଲାର ବିଭିନ୍ନ ୱେର ହାଉସ୍, ହୋଲସେଲର ଓ ରିଟେଲର ପାଖରେ ମହଜୁଦ ରହିଛି । ହେଲେ କାହିଁକି ଅଭାବୀ ବିକ୍ରି ଜିଲ୍ଲା କୃଷି ବିଭାଗ ତରଫରୁ ଯାଞ୍ଚ ଚାଲିଥିବା କହିଛନ୍ତି କୃଷି ଅଧିକାରୀ ସୁଧାକର ନନ୍ଦ ।