spot_img

Latest Posts

ମଣ୍ଡିରୁ ଉଠୁନି ଧାନ: ସମସ୍ୟାରେ ଛନ୍ଦି ହୋଇ ମୁଣ୍ଡରେ ହାତ ଦେଇଛନ୍ତି ଚାଷୀ

ମଣ୍ଡିରୁ ଉଠୁନି ଧାନ । କିଲେ ବି ହୋଇନି ବିକ୍ରି । ସମସ୍ୟାରେ ଛନ୍ଦି ହୋଇ ମୁଣ୍ଡରେ ହାତ ଦେଇଛନ୍ତି ଚାଷୀ । ଗତ ଡିସେମ୍ବର ୧୧ ତାରିଖରେ ଧାନ ମଣ୍ଡି ଜିଲ୍ଲାରେ ଆରମ୍ଭ ହେବା ନେଇ ଡିଏଲପିସି ବୌଠକରେ ସ୍ଥିର ହୋଇଥିଲା । ନିଷ୍ପତ୍ତି ଅନୁଯାଇ ୧୧ ତାରିଖରେ ହିଁ ମଣ୍ଡି ଉଦଘାଟନ ହେଲା । କିନ୍ତୁ ଦୁଃଖର କଥା ଯେ ଆଜି ଯାଏଁ ଗୋଟିଏ କେଜି ବି ଧାନ ଉଠିପାରିଲା ନାହିଁ । ଚାଷୀ ବହୁ କଷ୍ଟରେ ଧାନ ଅମଳ କରି ମଣ୍ଡିକୁ ଆଣିବା ବେଳେ ଧାନ କିଣାଯିବାର ବ୍ୟବସ୍ଥା କରାଯାଇନାହିଁ । ଫଳରେ ଚାଷୀଙ୍କୁ ହଇରାଣ ହେବାକୁ ପଡୁଛି । ପ୍ରବଳ ଶିତ କାକରରେ ଚାଷୀ ମାନେ ଧାନକୁ ଜଗିବାକୁ ବାଧ୍ୟ ହେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିଜେଡିର ପୁର୍ବତନ ମନ୍ତ୍ରୀ ରବି ନନ୍ଦ । ଯଦି ମଣ୍ଡି ଶୁକ୍ରବାର ସୁଦ୍ଧା ଖୋଲାନଯାଏ ତେବେ ବିଜେଡି ମୁଖ୍ୟ ଜିଲ୍ଲା ଯୋଗାଣ ଅଧି୍କାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିବ ବୋଲି ସେ ଚେତାବନୀ ଦେଇଛି । ଏପଟେ କୋରାପୁଟ ଗ୍ରସ୍ତରେ ଆସିଥିବା ପିସିସି ସଭାପତି ଭକ୍ତ ଦାଶ କହିଛନ୍ତି ଯେ ପଶ୍ଟିମ ଓଡ଼ିଶା ଓ ଦକ୍ଷିଣ ଓଡିଶାରେ ମଣ୍ଡି ଏକ ପ୍ରହଶନ ପାଲଟିଛି । କୌଣସି ସ୍ଥାନରେ ମଣ୍ଡି ଠିକ୍ ଚାଲିନଥିବା ଅଭିଯୋଗ କରିଛନ୍ତି ।

ଏପଟେ ରାଜ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର କହିଛନ୍ତି ଯେ କୋରାପୁଟ ଜିଲ୍ଲାରେ ଖୁବ୍ ଶୀଘ୍ର ମଣ୍ଡି ଆରମ୍ଭ ହେବ । ତାହା ପାଇଁ ସମସ୍ତ ପ୍ରସ୍ତୁତି ଚାଲିଛି । କୌଣଶି ଚାଷୀର କଟନୀ ଛଟନୀ ହେବ ନାହିଁ । ସମସ୍ତ ଚାଷୀର ଅଖା ବସ୍ତା ପାଇଁ ଟଙ୍କା ପାଇବେ ବୋଲି କହିଛନ୍ତି । ପ୍ରକୃତରେ ଗତ ୧୧ ତାରିଖରୁ ଆରମ୍ଭ ହୋଇଥିବା ମଣ୍ଡିରେ ବର୍ତ୍ତମାନ ଯାଏଁ ଗୋଟିଏ କେଜି ଧାନ କିଣା ଯାଇନାହିଁ । କେବେ ଖୋଲିବ ମଣ୍ଡି କେବେ ବିକ୍ରି କରିବେ ଧାନ ତାହାକୁ ନେଇ ଚାଷୀଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଛି ।

Latest Posts

Don't Miss